/odishatv-khabar/media/post_attachments/uploadimage/library/16_9/16_9_0/Factory_1683219426.jpg)
Factory
ଜନବସତି ନିକଟରେ ପ୍ଲାଣ୍ଟକୁ ଜୋରଦାର ବିରୋଧ । ପ୍ଲାଣ୍ଟ ହେଲେ ନାନାପ୍ରକାର ସମସ୍ୟା ଦେଖାଯିବା ଆଶଙ୍କା କରି ଜୋର ଧରିଛି ଆନ୍ଦୋଳନ । ଏମିତିକି ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ସ୍ଥାନୀୟ ୮ ଗୋଟି ପଂଚାୟତର ଲୋକ । ଫେରୋ ଅଲ୍ଓ୍ବେଜ୍ କର୍ପୋରେସନ ବା ଫେକର କମ୍ପାନୀର ପ୍ରସ୍ତାବିତ କ୍ରୋମ ବେନିଫିସିଏସନ୍ ପ୍ଲାଣ୍ଟକୁ ତୀବ୍ର ବିରୋଧ ହେଉଛି । ଦିନକୁ ଦିନ ପ୍ଲାଣ୍ଟ ବିରୋଧରେ ବୃଦ୍ଧି ପାଇଛି ଜନ ଅସନ୍ତୋଷ ।
ଯାଜପୁର ଦାନଗଦୀ ବ୍ଲକ ଦେଉଳକଣ ଅଞ୍ଚଳର ପାଟବାଲି ମୌଜାରେ ଫେକର କମ୍ପାନୀ ପକ୍ଷରୁ ଏକ କ୍ରୋମ ବେନିଫିସିଏସନ୍ ପ୍ଲାଣ୍ଟ ବା କ୍ରୋମାଇଟ୍ ଓ୍ବାସିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବା ନେଇ ଘୋଷଣା କରାଯାଇଛି । ଏହି କାରଖାନା ପ୍ରତିଷ୍ଠା ପାଇଁ ପୂର୍ବରୁ ୩୦ ଏକର ଜମି କିଣାଯାଇଛି । ଯାହାର ମାଲିକାନା ଫେକର (FACOR) ବା ଫେରୋ ଅଲ୍ଓ୍ବେଜ୍ କର୍ପୋରେସନ ନାମରେ ରହିଛି । ଫ୍ୟାକ୍ଟ୍ରି ନିର୍ମାଣ ସରିବା ପରେ ବାର୍ଷିକ ୪ ଲକ୍ଷ ୯୫ ହଜାର ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କ୍ରୋମ ବେନିଫିକେସନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।
ହେଲେ ପ୍ଲାଣ୍ଟ ହେଲେ ସ୍ଥାନୀୟ ଲୋକେ ନାନାପ୍ରକାର ସମସ୍ୟାରେ ପଡିବା ସହିତ ସ୍ଥାନୀୟ ଅଂଚଳର ପ୍ରଦୂଷଣ ହେବ ବୋଲି କହିବା ସହିତ ପ୍ଲାଣ୍ଟକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ଏମିତିକି ଅଭିଯୋଗ ହୋଇଛି, କମ୍ପାନୀ କଲୋନି ହେବ କହି ଶାଗମାଛ ଦରରେ ଜମି ନେଇଗଲା । ହେଲେ ଏବେ କଲୋନି ବଦଳରେ କମ୍ପାନୀ କରିବାକୁ ନିଷ୍ପତ୍ତି ହୋଇଛି । ତେଣୁ ଏହାକୁ କରାଇ ଦିଆଯିବନି ବୋଲି କହିଲେଣି ସ୍ଥାନୀୟ ଲୋକେ ।
ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି କି, ଓ୍ବାସିଂ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ହେବା ସହ ଚାଷଜମି ନଷ୍ଟ ହେବ । ଏହି କାରଖାନାରେ ଦୈନିକ ୨ ଲକ୍ଷ ୫୦ ହଜାର ଲିଟର ଭୂତଳ ଜଳ ବ୍ୟବହାର ହେବ । ଫଳରେ ସ୍ଥାନୀୟ ଅଞ୍ଚଳର ଘୋର ଜଳ ସଂକଟ ଦେଖାଦେବ । ଖାଲି ଏତିକି ନୁହେଁ କାରଖାନାରୁ ଯେଉଁ ବର୍ଜ୍ୟ ଜଳ ବାହାରିବ ତାହା ନିକଟସ୍ଥ ଗଣ୍ଡା ନାଳରେ ମିଶି ଗଣ୍ଡା ନାଳ ଜଳକୁ ପ୍ରଦୂଷିତ କରିବ । ତେଣୁ ସିଧାସଳଖ ଚାଷୀମାନେ ପ୍ରଭାବିତ ହେବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଲୋକଙ୍କ ଅଭିଯୋଗକୁ ସ୍ବୀକାର କରିବା ସହ ଏ ବିଷୟରେ କମ୍ପାନୀ ସହ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରାଯିବ ବୋଲି କହିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)