Advertisment

ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ ! ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି

ଅଦ୍ୟତନ ହୋଇଛି
Yojana Ra Na Hariloot

Yojana Ra Na Hariloot

Advertisment

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ । ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ । ମାଟି ତଳେ ପୋତି ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବର୍ଷା ଜଳ ଅମଳ ପ୍ରକଳ୍ପ । ମାଲକାନଗିରି ପୌର ପରିଷଦର ଘାସ ଉପାଡ଼ି ଆଡେଇ ଆଡେଇ ଦେଖିଲେ ମଧ୍ୟ ଦିଶୁନି । କରୋନା କଟକଣା ବେଳେ ଦାଦନ ଶ୍ରମିକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାର ମୁକ୍ତା ଯୋଜନାରେ ଆରମ୍ଭ କରିଥିଲେ ବର୍ଷା ଜଳ ଅମଳ ପ୍ରକଳ୍ପ । କିନ୍ତୁ ବର୍ଷେ ଭିତରେ ଯୋଜନା ହୋଇଛି ବାଟବଣା । ପ୍ରକଳ୍ପର ଖୋଜ୍ ଖବର ନାହିଁ କେବଳ ଫଳକ ଲାଗିଛି । ଆଉ ମାଟି ଖୋଳି ନାମକୁ ମାତ୍ର ଇଟା ଯୋଡ଼ି କାର୍ଯ୍ୟ ଶେଷ କରିଦେଇଛି ମାଲକାନଗିରି ପୌର ପରିଷଦ ।

Advertisment

ଅଧିକ ପଢ଼ନ୍ତୁ: କାଳିଆ ଯୋଜନାରେ କେଳେଙ୍କାରୀ ! ଚାଷୀଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ

ଏହି ଗୋଟିଏ ପ୍ରକଳ୍ପ ନୁହେଁ, ମାଲକାନଗିରି ପୌର ପରିଷଦରେ ଏପରି ଶହ ଶହ ପ୍ରକଳ୍ପ ନିଖୋଜ । ପ୍ରତି ପ୍ରକଳ୍ପ ପାଇଁ ୭୦ ହଜାରରୁ ଲକ୍ଷେ ୨୦ ହଜାର ଏପରି ମୋଟ ୨୫୦ ପ୍ରକଳ୍ପ ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛି । ନିମ୍ନମାନର କାମ କରି ପୌର ପରିଷଦ କର୍ମଚାରୀ ଓ କିଛି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ମିଲିଭଗତରେ ଖାଇଛନ୍ତି ।

Advertisment

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି । ପୌର ପରିଷଦର କର୍ମଚାରୀ ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇ ମୋଟା ଅଙ୍କର ଟଙ୍କାକୁ ମ୍ୟୁନିସିପାଲଟି କର୍ମଚାରୀ ଓ ଠିକାଦାର ଆତ୍ମସାତ୍ କରୁଥିବା ଅଭିଯୋଗ କରିଛନ୍ତି SHG ସଦସ୍ୟ , ଯାହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୌର ପରିଷଦ ଅଫିସ୍ ଘେରାଉ କରିଥିଲେ ।

ମୁକ୍ତା ନାଁରେ ମାଲାମାଲ ହୋଇଛନ୍ତି ମ୍ୟୁନିସିପାଲଟିର ଅଫିସର ଓ କିଛି ଠିକାଦାର ଆଉ ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା ପ୍ରକଳ୍ପ, ତାହା ବାଟବଣା ନା ଶ୍ରମିକଙ୍କୁ ରୋଜଗାର ମିଳିଲା ନା ସ୍ୱାବଲମ୍ବୀ ହେଲେ SHG ମହିଳା । ଏ ସମ୍ପର୍କରେ ପୌର ପରିଷଦର ଅଧ୍ୟକ୍ଷଙ୍କୁ ପଚାରିବାରୁ କହିଛନ୍ତି, ସରଜମିନ୍ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ।

Advertisment

ଯେଉଁଠି ବାଡ଼ ଖାଉଛି ଫସଲ ଅର୍ଥାତ୍ ପୌର ପରିଷଦର ଅଧିକାରୀ ଘୋଟାଲାରେ ସମ୍ପୃକ୍ତ, ସେଠି କଣ ହେବ ତଦନ୍ତ ଆଉ କଣ ହେବ କାର୍ଯ୍ୟାନୁଷ୍ଠାନ ?

(ରିପୋର୍ଟ-ଜିତେନ୍ଦ୍ର ବେଉରା, ମାଲକାନଗିରି)

Yojana Ra Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ