Advertisment

PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି।

ଅଦ୍ୟତନ ହୋଇଛି
Locals Allege Corruption In PDS Rice In Sundargarh

corruption in PDS rice

Advertisment

ଭିଜାଇଲେ ଫୁଲି ଯାଉଛି , ଧରିଲେ ଅଠାଳିଆ ଲାଗୁଛି… ରାନ୍ଧିଲେ ଶୀଘ୍ର ସିଝିଯାଉଛି, ହେଲେ ଚୋବେଇଲେ କିନ୍ତୁ ଛିଣ୍ଡୁନାହିଁ । ସରକାର ଦେଉଥିବା ପିଡିଏସ ଚାଉଳକୁ ନେଇ ଏବେ ଏମିତି ବିଷମ ସ୍ଥିତି ସାମ୍ନା କରୁଛନ୍ତି ଲୋକେ।

Advertisment

ମାଣ୍ଡିଆ ଭିତରେ ଭର୍ତ୍ତି ହୋଇ ରହିଛି ଚାଉଳ । ଆଉ ତାହାରି ଭିତରୁ ବଛାଯାଇଛି ପ୍ଲାଷ୍ଟିକ୍‌ ପରି କିଛି ଚାଉଳ । ଭଲ ଚାଉଳ ସହିତ ମିଶ୍ରିତ ଏହି ଧଳା ଚାଉଳକୁ ନେଇ ଖାଉଟିଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଚାଉଳ ଦେଖିବାକୁ ଧଳା ଏବଂ ମୋଟା ହୋଇଥିବା ବେଳେ ସାଧାରଣ ଚାଉଳଠାରୁ ଭିନ୍ନ ଦିଶୁଥିବା ଏହି ଚାଉଳକୁ ନେଇ ବର୍ତମାନ ସୁନ୍ଦରଗଡ ଜିଲ୍ଲା ରେ ବଢିଛି ଚର୍ଚ୍ଚା । ପୂର୍ବରୁ ପୂରା ସଫା ଚାଉଳ ଦିଆଯାଉଥିବା ବେଳେ ଚଳିତ ଥର କିନ୍ତୁ ଖାଉଟିଙ୍କ ଚାଉଳରେ ଏହି ମିଶ୍ରିତ ଚାଉଳ ରହିଛି । କଂଟ୍ରୋଲରୁ ଚାଉଳ ଆଣିବା ପରେ ଘରେ ରଖିଛନ୍ତି ଲୋକ ହେଲେ ଖାଇବାକୁ ସାହସ ଜୁଟାଇପାରୁନାହାନ୍ତି।

ଅଧିକ ପଢ଼ନ୍ତୁ: ଦୁର୍ନୀତିର ଚରମ ସୀମା ! ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ

Advertisment

ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି ।

ସେପଟେ ପିଡିଏସ ସାମଗ୍ରୀରେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା କଥା ପ୍ରଘଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। କହିଛନ୍ତି, ଏହା ପ୍ଲାଷ୍ଟିକ ନୁହେଁ ବରଂ ଭିଟାମିନ୍‌ ଯୁକ୍ତ। ଶରୀରରେ ଆଇରନ ଡେଫିସିଏନସିକୁ ବଢାଇବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆଣିଛନ୍ତି । ଲୋକେ ନଡରି ଏହାକୁ ଖାଇବା ଉଚିତ୍‌...।

Advertisment

ଚାଉଳକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଯଦି କେନ୍ଦ୍ର ସରକାର ଏମିତି ଯୋଜନା ଆଣିଛନ୍ତି ତେବେ ଚାଉଳ ପ୍ରଦାନ ବେଳେ କାହିଁକି ଲୋକଙ୍କୁ ସୂଚନା ଦିଆଗଲା ନାହିଁ, ତାକୁ ପ୍ରଶ୍ନ ଉଠୁଛି...।

(ସୁନ୍ଦରଗଡରୁ ବିଜୟ ବରୁଆଙ୍କ ରିପୋର୍ଟ)

PDS Scam PDS Rice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ