• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଚୋରି କଲେ, ପୁଣି ଭଗବାନଙ୍କ ନାଁରେ । ମନ୍ଦିର ଗାଁ ଲୋକେ କଲେ କିନ୍ତୁ ବିଧାୟଙ୍କ ପାଣ୍ଠିରୁ ୧ ଲକ୍ଷ ଦିଆଯାଇଥିବା ପ୍ରଚାର କଲେ । ହେଲେ ଏବେ ସତ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ । ଆଉ ହରିଲୁଟ୍‌ ପଛରେ ଯିଏ ଦାୟୀ ତାହା ଜାଣିଲେ ଆପଣଙ୍କ ଉଡିଯିବ ହୋସ୍‌ ।

ଗାଁରେ ତିଆରି ହୋଇଥିବା ହନୁମାନ ମନ୍ଦିର ପାଇଁ କିଏ କେତେ ଦାନ କରିଛନ୍ତି ସେନେଇ ଟିକିନିଖି ହିସାବ ରହିଛି ମନ୍ଦିର ବୋର୍ଡରେ । ଯାହାର ଯେତିକି ଶକ୍ତି ସିଏ ସେତିକି ଦାନ କରିଛନ୍ତି । ଆଉ ସେତିକି ଟଙ୍କାରେ ହିଁ ମନ୍ଦିର ନିର୍ମାଣ ହୋଇଛି । କିନ୍ତୁ ମନ୍ଦିର ନାଁରେ କୁଆଡେ ବିଧାୟକ ପାଣ୍ଠିରୁ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଗାଁ ଲୋକ ଏହାକୁ ଖଣ୍ଡ କରିବା ସହିତ ବିଧାୟକଙ୍କ ହାତପାଣ୍ଠି ଅନୁଦାନରେ କିଛି ହୋଇନଥିବା ସ୍ପଷ୍ଟ ଭାବରେ କହିଛନ୍ତି ।

ଖାଲି ଏତିକି ନୁହେଁ ବରଂ ଗାଁଲୋକେ ଅଭିଯୋଗ କରିଛନ୍ତି ୩ ବର୍ଷ ପୂର୍ବରୁ ଗ୍ରାମବାସୀଙ୍କ ବ୍ୟକ୍ତିଗତ ଅର୍ଥ ଦାନରେ ହନୁମାନଙ୍କ ମୂର୍ତ୍ତି ସହ ଏକ ମନ୍ଦିର ସ୍ଥାପନା କରଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ବିଧାୟକଙ୍କ ପ୍ରତିନିଧି ବିଧାୟକଙ୍କ ପାଣ୍ଠିରୁ ୧ଲକ୍ଷ ଟଙ୍କା ମଞ୍ଜୁର କରାଇ ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ ଏହି ମନ୍ଦିରଟିକୁ ହନୁମାନ କମ୍ୟୁନିଟି ସେଣ୍ଟର ଭାବେ ଦର୍ଶାଇ ସମ୍ପୁର୍ଣ୍ଣ ବିଲ୍ ଉଠାଇ ନେଇଛନ୍ତି ।

ଗ୍ରାମବାସୀ ନିଜେ ମନ୍ଦିର ତିଆରି କଲେ, ମୂର୍ତ୍ତି ସ୍ଥାପନ କଲେ । ହେଲେ ବିଧାୟକଙ୍କ ପ୍ରତିନିଧି ଫଲ୍ସ ବିଲ୍‌ କରାଇଲେ । ଯାହା ଜଣାପଡିବା ପରେ ପୂରା ଏରିଆରେ ଜୋର ଧରିଛି ଚର୍ଚ୍ଚା । ଖାଲି ଚର୍ଚ୍ଚା ହୋଇଛି ତାହା ନୁହେଁ ବରଂ ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ ବି କରିଛନ୍ତି । ସେପଟେ ଏନେଇ କିନ୍ତୁ ସରପଞ୍ଚଙ୍କ ପ୍ରତିନିଧି ଭିନ୍ନ କଥା କହିଛନ୍ତି । ତାଙ୍କ କହିବା କଥା ହେଲା, ବିଧାୟକଙ୍କ ପାଣ୍ଠିରୁ ଟଙ୍କା ଆସିଛି । ତାହା ମଧ୍ୟ ଏଠାରେ ସଠିକ ଭାବରେ ଖର୍ଚ୍ଚ ହୋଇଛି ।

ମୋଟ୍‌ ଉପରେ ବିଧାୟକଙ୍କ ହାତପାଣ୍ଠି ଓ ଗାଁ ଲୋକଙ୍କ ଆର୍ଥିକ ସହାୟତାରେ ଏହା ନିର୍ମାଣ ହୋଇଛି । ବିଧାୟକଙ୍କ ପ୍ରତିନିଧିଙ୍କ ନାଁରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ଏମଏଲଏ ଓ ଏମପି ଲ୍ୟାଡ୍‌ଫଣ୍ଡ ଠିକ୍‌ରେ ଖର୍ଚ୍ଚ ହେଉନଥିବା ଅନେକ ସମୟରେ ଅଭିଯୋଗ ହେଉଛି । କିନ୍ତୁ ଏଠାରେ ଟଙ୍କା ଖର୍ଚ୍ଚ ନହୋଇ ବି ବିଲ୍‌ ହେବାକୁ ନେଇ ଚର୍ଚ୍ଚା ବଢିଛି ।

 

  • Reported by:
  • Partha Sarathi nayak