Advertisment

ଚକା ଚକ ଘର, ପକ୍କା ଛାତ...ହେଲେ ୨ ବର୍ଷ ପରେ ବି କାମରେ ଲାଗୁନି ୪୦ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ

୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ?

author-image
Rajalaxmi Sahoo
Local beneficiaries dissatisfied over market complex allotment in Kendrapara

Local beneficiaries dissatisfied over market complex allotment in Kendrapara

୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ଆଶା ଥିଲା ସ୍ଥାନୀୟ ଲୋକଙ୍କୁ କାମ ମିଳିବ। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ପଞ୍ଚାୟତର ୨ଟି ମାର୍କେଟ କମ୍ପ୍ଲେକ୍ସର ଅବସ୍ଥା ଏଭଳି କିଛି ଦେଖିବାକୁ ମିଳିଛି। 

Advertisment

ଚକା ଚକ ଘର, ପକ୍କା ଛାତ...ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ? କେନ୍ଦ୍ରାପଡ଼ା କଂସାର ପଞ୍ଚାୟତରେ ତିଆରି ହୋଇଥିବା ଦୁଇଟି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ସରିବାର ଦୁଇ ବର୍ଷ ପରେ ବି ଖୋଲିପାରୁନି। ଫଳରେ ଏସବୁ ଏବେ ଏମିତି ଭୂତ କୋଠୀରେ ପରିଣତ ହୋଇଛି।

ଦୁଇଟି କମ୍ପ୍ଲେକ୍ସରେ ରହିଛି ୧୪ ପକ୍କା ଦୋକାନ ଗୃହ। ଏହାର ନିର୍ମାଣ ବାବଦକୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଆବେଦନ କରି ଘର ପାଇଥିବା ହିତାଧୀକାରୀମାନେ ଏହି ଦୋକାନ ଘର ବ୍ୟବହାର କରିବାରୁ ବଞ୍ଚିତ ହୋଇଛନ୍ତି। 

Advertisment

ମାର୍କେଟ୍‌ କମ୍ପ୍ଲେକ୍ସ ଆବଣ୍ଟନକୁ ନେଇ ବିବାଦ ଦେଖା ଦେଇଛି। ତ୍ରୁଟିପୂର୍ଣ୍ଣ ଲିଜ୍ ସମୟ ସୀମାକୁ ନେଇ ହିତାଧୀକାରୀ ଓ ସରପଞ୍ଚ ମୂହାମୁହିଁ ହୋଇଛନ୍ତି। ରାଜନୈତିକ ଆକ୍ରୋଶ ରଖି ଆବଣ୍ଟନରେ ବିଳମ୍ୱ ହେଉଛି ବୋଲି ଅଭିଯୋଗ ହୋଇଛିା ଖାଲି ସେତିକି ନୁହେଁ ହିତାଧୀକାରୀମାନେ ଦେଇଥିବା ସିକ୍ୟୁରିଟି ଅର୍ଥ ପଞ୍ଚାୟତ ଖାତାରେ ଚଢ଼ି ନାହିଁ ବୋଲି ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏହି ବିବାଦ କୋର୍ଟରେ ପଡି ରହିଥିବା ଯୋଗୁ କୌଣସି ପଦକ୍ଷେପ ନେଇପାରୁନି ପ୍ରଶାସନା ମାର୍କେଟ କମ୍ପ୍ଲେକ୍ସ ଖୋଲିଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିପାରିଥାନ୍ତା। ତେବେ ଦେଖାଯାଉ ଏନେଇ କେବେ ବାଟ ଫିଟିବ।

Advertisment
Advertisment