• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଡ଼ ବାବୁଙ୍କ ସମ୍ପତ୍ତି ପ୍ରବଳ । ଯେତେ ଖୋଳିଲେ ସେତେ ବାହାରୁଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଚଢାଉ ବେଳେ ଏତେ ସମ୍ପତ୍ତି ବାହାରିଛି, ଯାହାକୁ ଦେଖି ତାଜୁବ୍ ହୋଇଯାଛନ୍ତି ଭିଜିଲାନ୍ସ ଅଧିକାରୀ । କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କର ଭୁବନେଶ୍ୱର ଓ କଟକରେ ୯୦ଟି ପ୍ଲଟ୍ ରହିଛି ।

ଭୁବନେଶ୍ୱର ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ରହିଛି ଏକ ଫ୍ଲାଟ୍, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏହାର ପଛ ପଟେ ୬ ହଜାର ସ୍କୋୟାର ଫୁଟର ଏକ ମାର୍କେଟ କଂପ୍ଲେକ୍ସ ମଧ୍ୟ ରହିଛି । ରଘୁନାଥପୁରରେ ୨ ହଜାର ସ୍କୋୟାର ଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠାଘର ଏବଂ ୧୫ଶହ ସ୍କୋୟାର ଫୁଟର ୧ ମହଲା କୋଠାଘର ଠାବ ହୋଇଛି ।

ରଘୁନାଥପୁରର ରୟାଲ ଆରକେଡରେ 3-BHK ଫ୍ଲାଟ୍, ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଆଉ ଏକ 3-BHK ଫ୍ଲାଟ୍ ରହିଛି । ତାସହ ହୀରା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ୫୦୦ ଗ୍ରାମ୍ ସୁନା ସହ ୧୭ ଲକ୍ଷ ଟଙ୍କା ଜମା, ନାମୀ ଦାମୀ ଘଡ଼ି ମିଳିଛି । ପ୍ରାଣୀଧନ ନିରୀକ୍ଷକଙ୍କର ଏତେ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।