/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641290426.jpg)
Leopard Trapped
ଶିକାରୀ ଫାଶରେ ପଡ଼ି ବାଘର ମୃତ୍ୟୁ । ଏଭଳି କିଛି ଘଟଣା କଟକ ତିଗିରିଆ ଅଞ୍ଚଳରେ ଘଟିଛି । ଶିକାରୀ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ବାଘର ମୃତଦେହ ମିଳିଛି । ଫାଶରେ ପଡ଼ି ବାଘର ମୃତ୍ୟୁ ନେଇ ଆଠଗଡ଼ ରେଞ୍ଜରଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ଏବେ ବନବିଭାଗ ଟିମ୍ ପହଞ୍ଚି ଖୋଲତାଡ଼ କରୁଛି ।
ସୂଚନାନୁଯାୟୀ, ଶିକାରୀ ଜଣକ ବାରହା ପାଇଁ ଜାଲ ବିଛାଇଥିବା ବେଳେ ସେଥିରେ କିନ୍ତୁ ଫସିଯାଇଥିଲା କଲରାପତରିଆ ବାଘ । ବହୁ ସଂଘର୍ଷ ସତ୍ତ୍ୱେ ଜାଲରୁ ନ ବାହାରି ପାରିବାରୁ ତାର ମୃତ୍ୟୁ ଘଟିଥିବା କଥା ଆଠଗଡ ରେଞ୍ଜରଙ୍କ ପକ୍ଷରୁ କୁହାଯାଇଛି ।
ଆଠଗଡ଼ ନିକଟରେ ନରସିଂହପୁର, ହିନ୍ଦୋଳ ଓ ସପ୍ତଶଯ୍ୟା ଜଙ୍ଗଲ ରହିଥିବାରୁ ବାଘଟି ସେଥିମଧ୍ୟରୁ କୌଣସି ଜଙ୍ଗଲରୁ ଆସି ଥାଇପାରେ ବୋଲି ଆଶଙ୍କା କରାଯାଉଛି । ୨ ବର୍ଷ ପୂର୍ବେ ସମାନ ଜାଗାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାହାକୁ ଲୁଚା ଯାଇ ବାଘଟିକୁ ପୋଡ଼ି ଦିଆଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବନ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଥିବା କଥା ଅଭିଯୋଗ ହୋଇଛି। ବନ କର୍ମଚାରୀ ପାଟ୍ରୋଲିଂକୁ କଡ଼ାକଡ଼ି କରୁ ନ ଥିବାରୁ ଶିକାରୀମାନେ ଅବାଧରେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)