/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699188463.jpg)
Tiger Attack
ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ । ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଏକ କଲରାପତରିଆ ବାଘ ଗାଁରୁ ଧରାପଡ଼ିଥିବା ବେଳେ ଆଜି ଆଉ ଏକ ବାଘ ଗାଁ ମୁହାଁ ଆସୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ଏହା ପରେ ଗାଁରେ ଆତଙ୍କ ଖେଳିଯାଇଛି ।
ପ୍ରଥମେ ନାବାଳକ ପରେ ଗତକାଲି ଜଣେ ମହିଳାଙ୍କୁ ମାରି ଖାଇଲା ବାଘ । ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନର ସିଲିଆରିବାହାଲ ଗାଁ ଜଙ୍ଗଲରେ ବାଘ ଜଣେ ମହିଳାଙ୍କୁ ମାରି ଖାଇଛି । ମୃତକ ହେଲେ ରାମେଶ୍ୱରୀ ବାଇ । ମହିଳା ଜଣକ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା ।
ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ମାତ୍ର ବାଘ ଶବକୁ ଛାଡି ଯାଉନଥିବାରୁ ଏବେ ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇପାରିନି । ପୂର୍ବରୁ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗୋଧସପଡ଼ାରେ ନାବାଳକଙ୍କୁ ବାଘ ଝାମ୍ପି ନେଇଥିଲା ।
ସେପଟେ, ନୂଆପଡ଼ାରେ ଆତଙ୍କ ଖେଳାଇଥିବା ଅନ୍ୟ ଏକ କଲରା ପତରିଆ ବାଘକୁ ଗତକାଲି କାବୁ କରିଥିଲା ବନବିଭାଗ । ନୂଆପ଼ଡ଼ା ରେଞ୍ଜ ଅଫିସକୁ ଆସିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସହ ତାକୁ ସୁରକ୍ଷିତ ରଖାହେଇଥିବା କହିଛନ୍ତି ଖଡ଼ିଆଳ ଡିଏଫ୍ଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)