Advertisment

ଲେମ୍ୱୁ ଦର ଆଶାତୀତ ବୃଦ୍ଧି ପାଇବାର କାରଣ କ’ଣ ?

ଗ୍ରାହକଙ୍କ ମୁହଁ ଖଟା କରି ଦେଉଛି ଲେମ୍ବୁଦର । ବଜାରରେ ଏବେ ଲେମ୍ବୁ ଗୋଟାକୁ ୧୦ ଟଙ୍କାରେ ବିକ୍ରି ହେଉଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Lemon ‘Turns Sour’ As Price Hikes Over The Roof

Lemon ‘Turns Sour’ As Price Hikes Over The Roof

ଗ୍ରାହକଙ୍କ ମୁହଁ ଖଟା କରି ଦେଉଛି ଲେମ୍ବୁଦର । ବଜାରରେ ଏବେ ଲେମ୍ବୁ ଗୋଟାକୁ ୧୦ ଟଙ୍କାରେ ବିକ୍ରି ହେଉଛି । କଟକ ଛତ୍ର ବଜାର ପରିବା ମଣ୍ଡିରେ ଗୋଟିଏ ଲେମ୍ବୁର ଦାମ ୧୦ ଟଙ୍କା ରହିଛି ।

Advertisment

ଖରାଦିନରେ ସାଧାରଣତଃ ଲେମ୍ବୁର ଚାହିଦା ଅଧିକ ଥାଏ କିନ୍ତୁ ଏତେ ଅଧିକ, ଯାହାକି ପକେଟକୁ ବହୁତ ବାଧୁଛି । ତେଣୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଛତ୍ରବଜାରରେ ଲେମ୍ବୁ ଦର ଅଧିକ ରିଥିବାରୁ, ବାହାରେ ଥିବା ରିଟେଲ ମାର୍କେଟରେ ମଧ୍ୟ ଦର ଆହୁରି ଅଧିକ ରହୁଛି ।

କେତେକ ସ୍ଥାନରେ ୧୨ ଟଙ୍କାରେ ମଧ୍ୟ ଗୋଟିଏ ଲେମ୍ବୁ ବିକ୍ରି ହେଉଛି । କେବଳ କଟକ କି ଓଡ଼ିଶାର ନୁହେଁ ନାଗପୁରର ହୋଲସେଲ ମାର୍କେଟରେ ମଧ୍ୟ ଲେମ୍ବୁର ଦାମ ଆଶାତୀତ ଭାବେ ବୃଦ୍ଧି ପାଇଛି । ଶହେ ଲେମ୍ବୁର ଦାମ ୫ ଶହରୁ ହଜାରେ ଟଙ୍କା ରହିଛି । ଏହାର ପ୍ରଭାବ ରିଟେଲ ମାର୍କେଟରେ ଦେଖିବାକୁ ମିଳିଛି । ସାଧାରଣତଃ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଲେମ୍ବୁ ଆସିଥାଏ । ହେଲେ ଏଥର ଯୋଗାଣ କମ୍ ହେଉଥିବାରୁ ମାର୍କେଟରେ ଦାମ ଅଧିକ ରହିଛି ବୋଲି କୁହାଯାଉଛି ।

Advertisment
Lemon Price Hike
Advertisment
Advertisment