Advertisment

ମିଳିଲା ହଜିଯାଇଥିବା ଶ୍ରୀମନ୍ଦିର ୨ ଫାଇଲ୍‌

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ଆଇନ ବିଭାଗ ପାଉନଥିବା ଚର୍ଚ୍ଚା ହୋଇଥିଲା।

ଅଦ୍ୟତନ ହୋଇଛି
Puri Srimandira Administration Files

SHRIMANDIR

Advertisment

ଆଇନ ବିଭାଗ କାର୍ଯ୍ୟାଳୟରୁ ମିଳୁନଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ଦୁଇଟି ଯାକ ଫାଇଲ ମିଳିଯାଇଛି। ଦୁଇଟି ଯାକ ଫାଇଲ ମିଳିଯାଇଥିବା ନେଇ ସୂଚନା ଦେଇଛନ୍ତି ଆଇନ ବିଭାଗର ପ୍ରମୁଖ ସଚିବ ଧନେଶ୍ବର ମଲ୍ଲିକ। ଆଇନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ପ୍ରେସ୍ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଫାଇଲ ହଜିଥିବା ଖବରକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କୁହାଯାଇଛି।

Advertisment

ଏହି ଦୁଇଟି ପୁରୁଣା ରୁଟିନ୍ ଫାଇଲ ଅନ୍ୟ ପୁରୁଣା ଫାଇଲ ସହ ମିଶିଯାଇଥିବାରୁ ଏହାକୁ ଖୋଜିବା ଅତି କଠିନ ଥିଲା। ତେବେ ମିଳିଥିବା ଏହି ଫାଇଲ ଦୁଇଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଆଇନ୍ ବିଭାଗ ଦର୍ଶାଇଛି। ଏହା ସାଧାରଣ ଫାଇଲ ଥିଲା ଏବଂ ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ଆଇନ ବିଭାଗ ପକ୍ଷରୁ
ସ୍ପଷ୍ଟ କରାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ଆଇନ ବିଭାଗ ପାଉନଥିବା ଚର୍ଚ୍ଚା ହୋଇଥିଲା। ୨୦୦୬ ଓ ୨୦୧୪ ମସିହାର ଏହି ଦୁଇଟି ଫାଇଲକୁ ଖୋଜିବାକୁ ସବୁ ସେକସନ୍କୁ ଚିଠି ଲେଖିଥିଲା ଆଇନ ବିଭାଗ। ଫାଇଲ୍ ମିଳିଲା କି ନାହିଁ ଶୀଘ୍ର ଜଣାଇବାକୁ ମଧ୍ୟ ସମସ୍ତ ସେକ୍ସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଏହା ହାଇକୋର୍ଟଙ୍କ ଆଦେଶ ସଂପର୍କିତ ଫାଇଲ୍ ହୋଇଥିବାରୁ ତତ୍ପରତା ଦେଖାଇଥିଲା ଆଇନ ବିଭାଗ। ସେପଟେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ମିଳୁନଥିବାରୁ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ।

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ