/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644142507.jpg)
Lataji's face is like a meeting goddess: Premananda
ନିଜ ସ୍ୱରର ଯାଦୁଗରୀରେ ସାରା ବିଶ୍ୱକୁ ବାନ୍ଧି ରଖିଥିଲେ ଲତା ମଙ୍ଗେସକର । 'ଯେତେ ବଡ଼ ସମ୍ମାନ ହେଲେ ବି ତାଙ୍କ ଆଗରେ ତୁଚ୍ଛ' । ଲତାଙ୍କ ବିୟୋଗରେ ତାଙ୍କୁ ମନେପକାଇ କହିଛନ୍ତି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ । ଲତୀଜୀଙ୍କୁ ମାଆ ସରସ୍ୱତୀଙ୍କ ସହିତ ତୁଳନା କରିଛନ୍ତି ପ୍ରେମାନନ୍ଦ ।
ଲତାଙ୍କ ବିୟୋଗରେ ତାଙ୍କୁ ମନେପକାଇ ପ୍ରତିକ୍ରିୟା ରଖିଛନ୍ତି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ । ଲତାଜୀ ତାଙ୍କ ସ୍ୱରରେ ସାରା ବିଶ୍ୱକୁ ବାନ୍ଧି ରଖିଥିଲେ । ସବୁ ସମ୍ମାନ ତାଙ୍କ ଆଗରେ ଛୋଟ । ସେ ଆମ ଦେଶ ପାଇଁ ଓ ଆମ ସଂଗୀତ ଜଗତ ପାଇଁ ଗର୍ବ ଓ ଗୌରବ । ସେ ଆଜି ଆମ ଗହଣରେ ନାହାନ୍ତି ଯାହା ଆମ ସମସ୍ତଙ୍କୁ ଦୁଃଖ ଦେଇଛି । ଇଣ୍ଡିଆନ୍ ମେଲୋଡ଼ି କହିଲେ ଲତାଜୀଙ୍କୁ ବୁଝାଏ ବୋଲି ପ୍ରେମାନନ୍ଦ କହିଛନ୍ତି । ଲତାଜୀଙ୍କ ସହିତ କାମ କରିବା ତ ଦୂରର କଥା ତାଙ୍କ ସହିତ ଭେଟ ହେବା ଭାଗ୍ୟର କଥା । ମୁମ୍ବାଇରେ ଥିବା ବେଳେ ତାଙ୍କୁ ଭେଟିବା ପାଇଁ ବହୁତ ଚେଷ୍ଟା କରିଛି । କିନ୍ତୁ ଭେଟି ପାରି ନାହିଁ ବୋଲି ପ୍ରମାନନ୍ଦ କହିଛନ୍ତି ।
Add the video to your site with the embed code above
ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ପ୍ରମୁଖ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)