Advertisment

ସ୍କୁଲ ରାସ୍ତାକୁ ବାଡ଼ ଦେଇ ବନ୍ଦ କରିଦେଲେ ଜମି ମାଲିକ

ଘଟଣାସ୍ଥଳରେ ବିଡିଓ ପହଞ୍ଚି ତଦାରଖ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Rahul School Closed

Rahul School Closed

ସ୍କୁଲ ଯାତାୟତ ରାସ୍ତାରେ ବାଡ଼ ବୁଜିଦେଲେ ଜମି ମାଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକ ବିଝାଂରପୁର ହାଇସ୍କୁଲରେ। ସ୍କୁଲକୁ ଯାତାୟତ ଲାଗି କିଛି ବର୍ଷ ପୂର୍ବେ ଜମି ଦାନ କରିଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଏହାକୁ ଅବରୋଧ କରି କେବଳ ପିଲାଙ୍କ ଚଲାପଥ ଲାଗି ବାଟ ଛାଡିଛନ୍ତି। ଜମି ମାଲିକଙ୍କ ଅଭିଯୋଗ ଅନୁଯାୟୀ, ସ୍ଜୁଲ 5-Tରେ ରୁପାନ୍ତର ହୋଇ ଲୋକାର୍ପିତ ହୋଇଛି।

Advertisment

ହେଲେ ନିମ୍ନମାନର ଉନ୍ନୟନ କାମ କାମ ହୋଇଛି । ସ୍ଲୁଲ ପାଇଁ ଯାହା ଆବଶ୍ୟକ କରାଯାଇ ନଥିବାରୁ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଲାଗି ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।ଏପଟେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ପରେ ଘଟଣାସ୍ଥଳରେ ବିଞ୍ଝାରପୁର ବିଡିଓ ମୀନତି ଜଗଦେବ ପହଞ୍ଚି ତଦାରଖ କରିଛନ୍ତି। ତାସହ ଜମି ମାଲିକଙ୍କ ସହ ଆଲୋଚନା କରିଛନ୍ତି। ସ୍କୁଲ ରୁପାନ୍ତର କରଣ କାର୍ଯ୍ୟ ଚାଲୁଛି ତାହା ସମ୍ପୂର୍ଣ୍ଣ ସରିନାହିଁ। ସମସ୍ୟାର ସମଧାନ ଲାଗି ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।  

School Road Closed
Advertisment
Advertisment