• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଶାମରା ଲିକୁଇଡ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ । ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ଅସହ୍ୟ ହେବାରୁ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟଳୟର ଇଂରାଜୀ  ଶିକ୍ଷୟିତ୍ରୀ ଏପରି ଚରମ ପଦକ୍ଷେପ ନେଇଛନ୍ତି । ତେବେ ସେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଦେବା , CL ନଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ମଶାମରା ଲିକୁଇଡ୍‌ ପିଇବା ପରେ ଆଜି ହଠାତ୍ ୧ ଟା ସମୟରେ ସେ ସ୍କୁଲରେ ଅଚେତ ହୋଇ ପଡ଼ିଥିଲେ । ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକମାନେ ତୁରନ୍ତି ତାଙ୍କୁ ବାଲୁଗାଁ ଡାକ୍ତରଖାନାର ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପର୍ଣ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ସେ ତାଙ୍କର ନିର୍ଯାତନା କାହାଣୀ ସମ୍ପର୍କରେ ଏକ ଚିଠି ଛାଡ଼ିଛନ୍ତି । ଅନ୍ୟପଟେ ଏସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ‘ ମୋର ସ୍ୱାଧୀନତା ବୋଲି କିଛି ନାହିଁ । ଚାକରି କରୁଛି ମୁଁ ଚାକର ନୁହେଁ । ଘର ଠାରୁ ଦୂରରେ ରହୁଥିଲେ ବି ମୋର ଘର ଅଛି । ସମସ୍ତଙ୍କର ନିଜର କାମ ଥାଏ ବା ଦେହ ଖରାପ ହୁଏ । ସେଥିପାଇଁ ସିଏଲ୍ ନିଅନ୍ତି, ମୋର ବି ଥିଲା, ସେଥିପାଇଁ ସିଏଲ୍ ମାଗିଥିଲି। କହିଲେ, ‘you have no right to avail CL, । ମୋର ଇଚ୍ଛା ହେଲେ ଦେବି,ନହେଲେ ନାହିଁ । ମୁଁ school HM, Higher authority, I can order anything; I can call you on sunday, Sunday is not a holiday for you. ।

ଏହା ଆଜିର କଥା ନୁହେଁ, ଦୀର୍ଘ ଦିନ ଧରି ଚାଲି ଆସୁଛି। ମୁଁ ଜାଣିନି କ’ଣ ପାଇଁ ମୋର ସହିତ ଏପରି ହେଉଛି । ଆଉ ସହି ହେଉନାହିଁ । ବାସ୍, ଆଉ ନୁହେଁ । ଭାବୁଛି କ’ଣ କରିବି। Suggest me. PlZ…………………………………..God.” ।