• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରଫ ହେଲେ ସମ୍ବଲପୁର କୁଚିଣ୍ଡା ବ୍ଲକର ଅତିରିକ୍ତ ତହସିଲଦାର ସାରଦା ମହାରଣା । ତାଙ୍କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ । ଜଣେ ଗାଡ଼ି ମାଲିକଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସାରଦା ମହାରଣାଙ୍କୁ ଧରିଥିଲା ଭିଜିଲାନ୍ସ ।

ଆସ୍ ପଣ୍ଡ୍ କାମରେ ନିୟୋଜିତ ଏକ ହାଇଓ୍ୱାକୁ ଛାଡ଼ିବା ପାଇଁ ସାରଦା ଲାଞ୍ଚ ମାଗିଥିଲେ ବୋଲି କହିଛନ୍ତି ଗାଡ଼ି ମାଲିକ ଅଶୋକ ପଟେଲ । ସେପଟେ ସାରଦା ମହାରଣା କହିଥିଲେ, ମନ୍ତ୍ରୀ ନବ ଦାସଙ୍କ ନାଁ ନେଇ ତାଙ୍କ ଉପରେ ଚାପ ପକାଯାଉଥିଲା ଓ ଭୟଭୀତ କରାଯାଉଥିଲା ।

ବେଆଇନ ପରିବହନ ପାଇଁ ଗାଡ଼ିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଛି । ତେବେ ତାଙ୍କର ଏପରି ଅଭିଯୋଗ ନେଇ ମନ୍ତ୍ରୀ ନବ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।