/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655457995.jpg)
king-cobra-eats-up-python
ସାଧାରଣତଃ ଅଜଗର ସାପ ସମସ୍ତଙ୍କୁ ଗିଳିବା ଆପଣ ଜାଣିଥିବେ । କିନ୍ତୁ କେବେ ଦେଖିଛନ୍ତି କି ଅଜଗରକୁ ଅନ୍ୟ କେଉଁ ସାପ ଗିଳିବା ? ଏକଥା ହୁଏତ ଆପଣ ବିଶ୍ୱାସ କରୁନଥିବେ, କିନ୍ତୁ ଏହି ଭିଡ଼ିଓଟି ଦେଖିଲେ ହିଁ ଆପଣ ଏହାକୁ ସତ ବୋଲି ଭାବିବେ । ଭିଡ଼ିଓଟିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଏକ ଅଜଗର ସାପକୁ ନାଗ ସାପ ଗିଳୁଛି । କଥା ଟା ବିଶ୍ୱାସ ହେଉନଥିଲେ ବି ସତ । ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ସହର ମଲକାପୁରମ ପାଦଦେଶରେ ଥିବା ପାହାଡ ପାଦଦେଶରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ ।
Advertisment
ଭାରତୀୟ ନୌସେନା କର୍ମଚାରୀ କାମ ସାରି ଘରକୁ ଫେରିବା ସମୟରେ ଦୁଇ ସାପ ଲଢେଇ କରୁଥିବା ଦେଖିବାକୁ ପାଇଥିଲେ । ଯେଉଁଥିରେ ସେ ଦେଖିଥିଲେ ଯେ ୫ ରୁ ୭ ଫୁଟ ଲମ୍ବର ନାଗସାପଟି ଅଜଗର ସାପକୁ ଗିଳୁଛି । ଫଳରେ ଅଜଗର ସାପଟିର ମୃତ୍ୟୁ ହୋଇଥିବା ବେଳେ ସ୍ନେକ୍ ହେଲପ ଲାଇନ ନାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)