Advertisment

କିଟ୍ ନାଁରେ ପୁଣି ସରକାରୀ ଜମି ହଡପ ଅଭିଯୋଗ: ଜଳାଶୟ ପୋତି ନିର୍ମାଣ କରୁଛି କୋଠା

ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?

author-image
Chandan Shishu
ଅଦ୍ୟତନ ହୋଇଛି
Kiit Land Scam

Kiit Land Scam

ରାଜଧାନୀ ଭୁବନେଶ୍ୱରରେ ଖୁଲମଖୁଲା ଜମି ହଡପ କରୁଛି କିଟ୍। ବେଆଇନ୍ ଭାବେ କରୁଛି ନିର୍ମାଣ କାମ। ପଟିଆ ଅଞ୍ଚଳରେ ପ୍ରାକୃତିକ ଜଳଶୟକୁ ପୋତି ଚାଲିଛି କୋଠା ତିଆରି। ଘରୋଇ ବିଶ୍ୱବିଦ୍ୟାଳୟ କିଟ୍‌ର କମ୍ପ୍ୟୁଟର ସାଇନ୍ସ ବିଭାଗ ପାଇଁ ନିର୍ମାଣ ହେଉଛି ଏହି ବହୁତଳ ଅଟ୍ଟାଳିକା। ଚଞ୍ଚକତା କରି ପ୍ରଥମେ କିଛି ଜମିକୁ ନିଜ ନାଁରେ କରିବା ପରେ କିଟ୍ କର୍ତ୍ତୃପକ୍ଷ ତାକୁ ଲାଗିଥିବା ଜଳାଶୟ ଜମିକୁ ଜବରଦଖଲ କରି ପୋତି ଦେଇଥିବା ଅଭିଯୋଗ ହୋଇଛି। ସରକାରୀ ଖତିଆନ ଉପରେ ପଟିଆ ମୌଜାରେ ଆସୁଥିବା ୫୦ ନମ୍ବର ପ୍ଲଟ୍ ଜଳପାଟ ଓ ୧୨୧ ନମ୍ବର ପ୍ଲଟ ପାଣି ନାଳ। ତେବେ ୫୦ ନମ୍ବର ପ୍ଲଟର ସବ୍ ପ୍ଲଟ ୧୫୯୩କୁ ଡାଳୁଅ ଦୋ ଫସଲି ଦେଖାଯାଇଛି। ମାତ୍ର ଜଳାଶୟର ସବପ୍ଲଟ୍ କିଭଳି ଚାଷ ଜମି ହେଲା ତାକୁ ନେଇ ଦେଖାଦେଇଛି ସନ୍ଦେହ। ତେଣେ ପାଣିନାଳ ହୋଇଥିଲେ ମଧ୍ୟ ୧୨୧ ନମ୍ବର ପ୍ଲଟକୁ ବି ପୋତି ତା ଉପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରାକୃତିକ ଜଳଧାରାକୁ ପୋତି କୋଠା ନିର୍ମାଣ ଚାଲିଥିବାରୁ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ଲୋକ।

Advertisment

ଜଳାଶୟ ଜମିରେ କିଏ ଦେଲେ ନିର୍ମାଣ ଅନୁମତି, ତାକୁ ନେଇ ବି ଉଠିଛି ପ୍ରଶ୍ନ। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ? ସବୁ ଜାଣି ଚୁପ୍ ବସିଛନ୍ତି କି ସରକାରୀ ଅଧିକାରୀ? ଶାସକ ବିଜେଡିର ସାଂସଦଙ୍କ ସଂସ୍ଥା ହୋଇଥିବାରୁ ନିୟମ କୁ ଫୁ କରି ମନମାନି ଚଳାଇଛନ୍ତି କି କିଟ୍ କର୍ତ୍ତୃପକ୍ଷ? କାରଣ ନିୟମ ଅନୁଯାୟୀ ଜଳାଶୟର କିସମ ପରିବର୍ତ୍ତିନ ସମ୍ଭବ ନୁହେଁ। ତେଣୁ କେଉଁ ନିୟମ ବଳରେ କିଟ୍ ଏଠାରେ ନିର୍ମାଣ କରୁଛି, ସେନେଇ ରାଜସ୍ୱ ବିଭାଗ ଅଧିକାରୀଙ୍କ ମତାମତ ନେବାକୁ ଆମେ ଚେଷ୍ଟା କରିଥିଲୁ ମାତ୍ର ତାହା ସମ୍ଭବ ହୋଇପାରିନାହିଁ।  ଅନ୍ୟପକ୍ଷରେ କିଟ୍‌ର ନିର୍ମାଣ ସଂପର୍କରେ ବିଏମସି ସିଟି ଇଂଜିନିୟରଙ୍କୁ ପଚରାଯିବାରୁ ସେ ଏବିଷୟର ଅବଗତ ନଥିବା କହିଛନ୍ତି।

ଆମେ ଏସଂପର୍କରେ କିଟ୍ ଲୋକ ସଂପର୍କ ଅଧିକାରୀଙ୍କୁ ବି ଯୋଗାଯୋଗ କରିଥିଲୁ। ଫୋନ୍‌ରେ କଥା ହୋଇଥିଲେ ମଧ୍ୟ କ୍ୟାମେରା ଆଗରେ ସେ କିଛି କହିବାକୁ ରାଜି ହୋଇନଥିଲେ। ୫୦ ନମ୍ବର ପ୍ଲଟର ସବ୍ ପ୍ଲଟ ୧୫୯୩କୁ କିଟ୍ କିଣିଛି ତା ଉପରରେ ର୍ନିମାଣ ଚାଲିଛି, ୧୨୧ ପ୍ଲଟରେ କୌଣସି ନିର୍ମାଣ ଚାଲିନଥିବା ସେ ସଫେଇ ଦେଇଛନ୍ତି। ତେବେ ଜଳାଶୟର ଅଂଶକୁ କିଟ୍ କିଭଳି ଓ କାହାଠୁ କିଣିଲେ ଓ ସେଇ ପ୍ଲଟ୍ ପୁଣି ଚାଷଜମି କିସମ କେମିତି ବନିଗଲା ସେନେଇ ସେ କିଛି କହିନାହାନ୍ତି।

Advertisment

ଏପଟେ ଏହି ପ୍ରାକୃତିକ ଜଳାଶୟ ପଟିଆ ରଘୁନାଥପୁର ଦେଇ ଗଙ୍ଗୁଆ ନଦୀ ସହ ମିଶିଛି। ପ୍ରତି ବର୍ଷ ଶୀତ ଦିନେ ହଜାର ହଜାର ବିଦେଶୀ ପକ୍ଷୀ ପକ୍ଷୀ ଏହି ଜଳଶୟକୁ ଆସିଥାଆନ୍ତି। ତେଣୁ ପରିବେଶ ଦୃଷ୍ଟିରୁ ବି ଏହାର ସଂରକ୍ଷଣ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହାକୁ ପୋତି ଦିଆଯିବା ଦ୍ୱାରା ଆଗନ୍ତୁକ ପକ୍ଷୀଙ୍କୁ ଏଠାରେ ଆଉ ଦେଖିବାରୁ ମିଳିବ ନାହିଁ ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍।

ରିପୋର୍ଟ: ସ୍ୱାତୀ ଜେନା

Land Scam KIIT University
Advertisment
Advertisment