Advertisment

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଶୋଇଲେ ରୋଗୀ ଓ ସମ୍ପର୍କୀୟ

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।

ଅଦ୍ୟତନ ହୋଇଛି
Kidney Patients Block Road

Kidney Patients In Dharana For Medicine

Advertisment

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି। ଏହା ପୂର୍ବରୁ ରାତି ତମାମ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ଆଗରେ କିଡ୍‌ନୀ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ଶୋଇବା ପରେ ଗତକାଲି ରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ରେ ରାଜଭବନ ଓ ଏଜି ରାସ୍ତାକୁ ସେମାନେ ଅବରୋଧ କରିଥିଲେ।

Advertisment

କିଡ୍‌ନୀ ରୋଗୀଙ୍କ ଅଭିଯୋଗ ହେଲା ଯେ, ପୂର୍ବରୁ ମହାତ୍ମା ଗାନ୍ଧି ମାର୍ଗରେ ୯୮ ଦିନ ଧରି ଧାରଣା ଦେବା ପରେ ସେମାନଙ୍କୁ ମାଗଣାରେ ଉନ୍ନତ ଔଷଧ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ କେବଳ ଅକ୍ଟୋବର ମାସରେ SCB ମେଡିକାଲ୍‌ କଲେଜ ହସ୍ପିଟାଲ ପକ୍ଷରୁ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯାଇଥିଲା।

କିନ୍ତୁ ଚଳିତ ମାସରେ ଆଉ ଔଷଧ ମିଳିବନି ବୋଲି SCB କର୍ତ୍ତୃପକ୍ଷ ରୋକଠୋକ ଶୁଣାଇଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ରୋଗୀଙ୍କୁ ବିନା ମୂଲ୍ୟରେ ଔଷଧ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Advertisment

ସୂଚନାଥାଉ କି, କିଡ୍‌ନୀ ପ୍ରତିରୋପଣ କରିଥିବା ରୋଗୀଙ୍କୁ ମିଳୁନି ଆବଶ୍ୟକୀୟ ଚିକିତ୍ସା। ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍‌ ବି ନକଲି ମିଳୁଥିବା ଅଭିଯୋଗ ହୋଇଥିଲା। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍‌ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଗତ ମାସରେ ସେମାନେ ଏଭଳି ନିବେଦନ କରିଥିଲେ। 

Naba Das Kidney Patients
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ