• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ । ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ୍ ରାସ୍ତା ତଳକୁ ଖସି ପଡିଛି । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀବାହୀ ବସ ବାଙ୍କୀରୁ ଭୁବନେଶ୍ୱର ଯାଉଥିଲା । ସେହି ସମୟରେ ବାଘମାରି-ସିମୋର ଠାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଛି । ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବେଗୁନିଆ ଅଗ୍ନିଶମ ବାହିନୀ, ବାଘମାରୀ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ଆମ୍ୱୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।