Jay Jagannath
ଶ୍ରୀଜିଉଙ୍କ ଶ୍ରୀଅଙ୍ଗର ହୋଇନି କ୍ଷତି, ଖସାପଡ଼ା ନୀତି ପରେ କିଛି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତା । ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଶେଷ ହୋଇଛି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ରଙ୍କ କୌଣସି କ୍ଷତି ହୋଇନାହିଁ କିନ୍ତୁ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗର ପାଟରେ କ୍ଷତି ହୋଇଛି ।
ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି ।
ସେପଟେ ରଥଯାତ୍ରା ସମୟରେ ଏକ ଲୁହା ଜାଲି ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଓ ଅସରପାର ସଂଖ୍ୟା ବଢ଼ିବା ପରେ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି ।
ସୂଚନାଥାଉ କି, ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବଡ଼ ବଡ ମୂଷା, ଅସରପା ବୁଲୁ ଥିବାରୁ ଏଥିଯୋଗୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖା ଦେଇଥିବା ଜଣାପଡ଼ିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ। କାରଣ ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679367317.jpg)