• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁନି ଝିଅ ହାତରେ ଯାଦୁ । ପେନସିଲରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଏବେ ସେ ଅସାଧାରଣ ଚିତ୍ରକଳାର ଅଧିକାରୀ। ପ୍ରଥମେ ପଶୁପକ୍ଷୀଙ୍କ ଛବି ‌ଆଙ୍କୁଥିଲେ, ଏବେ ପୋର୍ଟରେଟ୍ ଆଙ୍କିବା ପରେ ଚର୍ଚ୍ଚାରେ ଆଳିର ସାରଦା ସୁମନ ସାହୁ । କୋଭିଡ କଟକଣାରେ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା ତାଙ୍କ ପାଇଁ ଆଣି ଦେଇଥିଲା ଅପୂର୍ବ ସୁଯୋଗ । ସମୟର ଦୁରୁପଯୋଗ ନକରି ମନ ବଳାଇଥିଲେ ଚିତ୍ରକଳାରେ ।

ଆଳିର କୁନି ଝିଅ ସାରଦା ସୁମନ ସାହୁ । କୁନି ହାତରେ ସତେ ଯେପରି ଯାଦୁଗରୀ ରହିଛି । ପେନସିଲରେ ଆଙ୍କି ଦେଉଛନ୍ତି ସୁନ୍ଦର ସୁନ୍ଦର ପ୍ରତିଛବି । ହିରୋ ହିରୋଇନ୍ ଠାରୁ ଆରମ୍ଭ କରି ଆଙ୍କୁଛନ୍ତି କୁକୁର, ବିଲେଇ ଏବଂ ନାନା ରକମର କାର୍ଟୁନ ଛବି ନିଜ କୁନି ହାତରେ ଏଭଳି ସୁନ୍ଦର ସୁନ୍ଦର ଛବି ଆଙ୍କି ସଭିଙ୍କୁ ଚକିତ କରିଛନ୍ତି । ଏସବୁ ଚିତ୍ର ଯିଏ ଥରେ ଦେଖୁଛି ସେ ପ୍ରଶଂସା ନକରି ରହିପାରୁନି । ଖାଲି ଫିଲ୍ମ ଷ୍ଟାର କାହିଁକି, ଯେକୌଣସି ଲୋକଙ୍କୁ ଦେଖି ସେ ଛବି ଆଙ୍କିବାରେ ମଧ୍ୟ ବେସ୍ ମାହିର୍ ।

 

ସୁମନ ଆଳି ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ରୀ । ଲକଡାଉନ୍ ବେଳେ ଘରେ ରହିବା ସମୟରେ ଚିତ୍ରକଳା ପ୍ରତି ତାଙ୍କର ବଢ଼ିଥିଲା ରୁଚି । ଚିତ୍ର କଳା କ୍ଷେତ୍ରରେ ସେ ଆଗକୁ ବଢ଼ି ବେସ୍ ନାଁ କମାଇବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଆର୍ଥିକ ସ୍ଥିତି ଯାହା ସେଥିରେ ସେ କିଭଳି ଆଗକୁ ବଢ଼ିବେ ଆଶଙ୍କା କରିଛନ୍ତି । ଘର ଲୋକେ ସରକାରୀ ସହାୟତା ମିଳିପାରିଲେ ତାଙ୍କ ପ୍ରତିଭା ଦୁନିଆ ଦେଖିବ ବୋଲି ସୁମନଙ୍କ ବାପା କହିଛନ୍ତି ।

ବନମାଳି ସାହୁ, ଆଳି