/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640591112.jpg)
Kansikhana Yojana in Bhubaneswar
ରାଜଧାନୀ ଭିତରେ ଲୋକେ ଦେଖିବେନି ପଶୁ ହତ୍ୟା । ସହରଠୁ ଦୂରରେ ସ୍ୱତନ୍ତ୍ର କଂସେଇଗୃହରେ ଅତ୍ୟାଧୁନିକ ପଦ୍ଧତିରେ ମାଂସ କଟାଯିବ, ସହର ଭିତରେ କେବଳ ବିକ୍ରି ହେବ । ଏହି ଉଦ୍ଦେଶ୍ୟ ନେଇ ଭୁବନେଶ୍ୱର ଗାଡକଣରେ ୨୦୧୭ ମସିହାରେ ଅତ୍ୟାଧୁନିକ କଂସେଇଗୃହ ନିର୍ମାଣ କରିଥିଲା ବିଏମସି ।
୭ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ବହୁ ଆଡମ୍ବରରେ ଖୋଦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ହେଲେ ସବୁ ଫୁସ୍ । କଂସେଇଗୃହ କାର୍ଯ୍ୟକ୍ଷମ ହେଲା ନା ଲୋକେ ଏହାର ସୁଫଳ ପାଇଲେ । ଏବେ ଏହି କଂସେଇଗୃହ ଚାରିପଟେ ଏବଂ ମାଂସ କଟା ମେସିନ୍ରେ ଅନାବନା ଗଛ ମାଡିଗଲାଣି । ମେସିନରେ କଳଙ୍କି ବି ଲାଗିଗଲାଣି । କଂସେଇଖାନା ଯୋଜନା ବିଫଳ ହୋଇଛି । ରାସ୍ତା କଡ଼ରେ, ହାଟ ମଝିରେ ବେଧଡକ୍ ଚାଲିଛି ପଶୁ ହତ୍ୟା ।
ସେପଟେ କଂସେଇଖାନାରେ କୋଟି କୋଟି ଟଙ୍କା ଅପବ୍ୟୟ ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସିଏଜି । ସଦ୍ୟତମ ରିପୋର୍ଟରେ ସିଏଜି କହିଛନ୍ତି, ନିଷ୍ପତ୍ତି ନେବା ପୂର୍ବରୁ ବିଏମସି, ପରାମର୍ଶଦାତାଙ୍କ ପରାମର୍ଶ ଗ୍ରହଣ କରନଥିଲା । ଏବେ ୭ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଅକାମୀ ହୋଇ ପଡିରହିଛି । ଅନ୍ୟପଟେ ବିଏମସିର ଯୁକ୍ତି, ପୁଣିଥରେ ଟେଣ୍ଡର ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)