Advertisment

ପ୍ରକୃତ ଦୋଷୀ ଜଣାପଡ଼ିନି, ହେଲେ ବୟସ୍କ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ କଙ୍ଗାରୁ କୋର୍ଟରେ ଜରିମାନା

ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kangaroo Court In Malkangiri

Kangaroo Court In Malkangiri

ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟ। ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, କାଲିମେଳା ଥାନା ଅନ୍ତର୍ଗତ ସୁଧାକୁଣ୍ଟା ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବର୍ଷକ ପୂର୍ବେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର କିଛି ମାସ ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ଓ ପରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣା ପାଇଁ  ସୁଧାକୁଣ୍ଟା ଗାଁ ଲୋକେ ଏମ୍‌ପିଭି-୭୭ ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ସୁଧାକୁଣ୍ଟା ଗାଁ ଲୋକେ କଙ୍ଗାରୁ କୋର୍ଟ ବସାଇ ଥିଲେ।

କଙ୍ଗାରୁ କୋର୍ଟରେ ବିଚାର ଅନୁସାରେ, ଦୁଷ୍କର୍ମର ଶିକାର ଯୁବତୀଙ୍କ ନବଜାତ ଶିଶୁପୁତ୍ରକୁ ଉକ୍ତ ବ୍ୟକ୍ତି ଗ୍ରହଣ କରିବା ସହ ଅଢେଇ ଲକ୍ଷ ଟଙ୍କାର ଜରିମାନା ଦେବା ଲାଗି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହୋଇଥିଲା। ତେବେ ବ୍ୟକ୍ତି ଜଣଙ୍କ ୫୦ ହଜାର ଟଙ୍କା ଦେଇଥିବା ବେଳେ ବାକି ଟଙ୍କା କିସ୍ତିରେ ଦେବେ ବୋଲି କହିଥିଲେ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୋଷୀ ଗାଁ ଲୋକେସାବ୍ୟସ୍ତ କରିଛନ୍ତି। ଏହାସହ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।

Advertisment

ଖବର ଲେଖାଯିବା ସୁଦ୍ଧା, ଘଟଣାକୁ ନେଇ ପୋଲିସ୍‌ ନିକଟରେ ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ସେପଟେ ଗାଁ ଲୋକଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି, ମୁଁ ନିର୍ଦ୍ଦୋଶ, ଆବଶ୍ୟକ ପଡ଼ିଲେ ଡିଏନଏ ଟେଷ୍ଟ କରାଯାଉ। କାଲିମେଳା ସିଡିପିଓ ନିଜେ ଗାଁକୁ ଯାଇ ଦିବ୍ୟାଙ୍ଗ ପୀଡ଼ିତାଙ୍କୁ ଭେଟିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିପିଓ କହିଛନ୍ତି।  

Kangaroo Court In Odisha
Advertisment
Advertisment