/odishatv-khabar/media/post_attachments/uploadimage/library/16_9/16_9_0/s_1688372081.jpg)
Jawans Deployed In Puri Ratha Jatra Duty Lived In Bad Conditions
ପୁରୀ ରଥଯାତ୍ରାରେ ଗୁରୁ ଦାୟିତ୍ୱ ନିଭାଇଥିଲେ ସୁରକ୍ଷାକର୍ମୀ। ରଥଠୁ ଆରମ୍ଭ କରି ପୁରା ସହରର ସୁରକ୍ଷା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ ଥିଲା। କି ଦିନ କି ରାତି, ବର୍ଷା ହେଉ କି ଖରା ଯେକୌଣସି ବି ପରିସ୍ଥିତିକୁ ଖାତିର ନକରି ଏମାନେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଲାଗିପଡ଼ିଥିଲେ।
ହେଲେ ଏମାନେ କେମିତି ରହୁଥିଲେ, କେମିତି ଖାଉଥିଲେ ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ନିର୍ମାଣଧୀନ ଜଗନ୍ନାଥବଲ୍ଲଭ ପାର୍କିଂ କମ୍ଲେକ୍ସର ଅଧପନ୍ତରିଆ କୋଠାରେ, ମଇଳା ଚଟାଣରେ ରିଜର୍ଭ ବାଟାଲିଆନର ଯବାନ ଶୋଉଥିଲେ।
ଖାଲି ଏତିକି ନୁହେଁ ଯେଉଁଠି ଯବାନମାନେ ଶୋଉଥିଲେ ସେଇଠି ହିଁ ଖାଉଥିଲେ ଓ ସବୁ କାମ ମଧ୍ୟ ସେଇଠି କରୁଥିଲେ। ଆବର୍ଜନା, ଦୁର୍ଗନ୍ଧ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ରଥଯାତ୍ରା ଡ୍ୟୁଟିରେ ଥିବା IRB ଯବାନଙ୍କ ରହଣିର ଦୃଶ୍ୟ ଏବେ ଭାଇରାଲ୍ ହେଉଛି।
ଏବେ ପ୍ରଶ୍ନ ଉଠୁଛି, ରଥଯାତ୍ରା ଭଳି ଏତେ ବଡ଼ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଏମିତି ବ୍ୟବହାର କାହିଁକି ? କାହିଁକି ସେମାନଙ୍କୁ ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇଥିଲା ? ସେମାନଙ୍କର ରହଣି ପାଇଁ କ’ଣ ସରକାର କିଛି ବ୍ୟବସ୍ଥା କରି ନଥିଲେ କି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)