Advertisment

ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ସରକାର ଫୋର୍ ଜି ଛାଡ଼ି ଫାଇଭ୍-ଜି କଥା କହିଲେଣି, ହେଲେ ଏଠି ସ୍ଥିତି ପୂରା ଓଲଟା।

ଅଦ୍ୟତନ ହୋଇଛି
undefined

Jana Seva Kendra in jungle

Advertisment

ଘଞ୍ଚ ଜଙ୍ଗଲ ଭିତରେ ମଞ୍ଚ, ମଞ୍ଚ ଚାରିପଟ ବେଢ଼ିଛନ୍ତି ଗାଁ ଲୋକେ... ଆଉ ତାରି ଭିତରେ ଲାପଟପ୍ ଧରି କାମ କରୁଛନ୍ତି ଦୁଇ ଯୁବକ। ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର। କିଏ କାଳିଆ ଯୋଜନା ଟଙ୍କା ପାଇଁ ଅନେଇ ବସିଛି ତ ଆଉ କିଏ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କରିବାକୁ ଆସିଛି। ସରକାରୀ ଯୋଜନାର ଲାଭ ଟିକେ ପାଇବା ପାଇଁ ଏଠି ଲୋକଙ୍କୁ ସକାଳୁ ଆସିଲେ ସଞ୍ଜ ହେଉଛି। ଇଏ ଆଜି କି କାଲିର ଘଟଣା ନୁହେଁ। ଉପାନ୍ତ କନ୍ଧମାଳ ଜିଲ୍ଲା ର ଏକାଧିକ ପଞ୍ଚାୟତରେ ସ୍ଥିତି ଏମିତି। ବାଳନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡ଼ାସାହି ନିକଟରେ ଥିବା ଜଙ୍ଗଲରେ ଚାଲିଛି ଜନସେବା କେନ୍ଦ୍ର।

Advertisment

ସରକାର ଫୋର୍ ଜି ଛାଡ଼ି ଫାଇଭ୍-ଜି କଥା କହିଲେଣି, ଲୋକଙ୍କୁ ଆଉ ଘରୁ ବାହାରିବାକୁ ପଡ଼ିବନି, ସବୁ ଆଙ୍ଗୁଠି ଅଗରେ ସ୍ମାର୍ଟଫୋନରେ ହେଇଯିବ ବୋଲି ପ୍ରଚାର କରୁଛନ୍ତି ହେଲେ ଏଠି ସ୍ଥିତି ପୂରା ଓଲଟା। ଲୋକେ ପିଲା ଛୁଆଙ୍କୁ ଧରି ଦିନ ସାରା ଅଖିଆ ଅପିଆ ଏଇ ଜଙ୍ଗଲରେ ବୁଲି ବୁଲି ନେଟଓ୍ୱର୍କ ଖୋଜୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଜନସେବା କେନ୍ଦ୍ର କିମ୍ବା ଗ୍ରାହକ ସେବା କେନ୍ଦ୍ର ଖୋଲିଥିବା ଯୁବକମାନେ ନିଇତି ବାଇକ୍ ଖଣ୍ଡେ ଧରି ସାରା ଜଙ୍ଗଲ ପଇଁତରା ମାରୁଛନ୍ତି। ଯେଉଁଦିନ ଯେଉଁଠି ନେଟଓ୍ୱର୍କ ଆସୁଛି ଗ୍ରାହକ ସେବା କେନ୍ଦ୍ର ସେଇଠି ଖୋଲୁଛି। ଦିନ ସାରା ଅନେଇ ଅନେଇ ଯଦି କାମ ହେଇ ପାରୁନି ତେବେ ଲୋକେ କାମ କରୁଥିବା ଯୁବକମାନଙ୍କୁ ହିଁ ଦୋଷ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

Advertisment

ବିଏସଏନଏଲ୍ ପକ୍ଷରୁ ଏ ଅଞ୍ଚଳରେ ଗୋଟିଏ ଟାଓ୍ୱାର ଅଛି ହେଲେ ତାହା କିଛି କାମକୁ ନୁହେଁ। ୟାକୁ 4Gରେ ରୂପାନ୍ତରିତ କରିବାକୁ ଗ୍ରାମବାସୀ ଗୁହାରି କରୁଥିଲେ ବି ସ୍ଥାନୀୟ ସରପଞ୍ଚଙ୍କର ଏତେ ବାଟ ହାତ ପାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ