• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୧୩ ବର୍ଷ ହେଲାଣି ଜାତୀୟ ମାନ୍ୟତା ପାଇଛି ବିଝାଂରପୁରୀ ଗାଈ । ହେଲେ ପ୍ରୋତ୍ସାହନ ମିଳୁନଥିବାରୁ ଯେଉଁ ଗୋପାଳକମାନେ ଏହି ପ୍ରଜାତିର ଗାଈ ପାଳନ କରୁଥିଲେ ସେମାନେ ମୁହଁ ଫେରାଇ ଦେଉଛନ୍ତି । ତେଣୁ ବଂଶବୃଦ୍ଧି ପରିବର୍ତ୍ତେ ଧୀରେ ଧୀରେ ଏହି ସ୍ୱତନ୍ତ୍ର ପ୍ରଜାତିର ଗାଈଙ୍କ ସଂଖ୍ୟା କମିବାରେ ଲାଗିଛି ।

ଯାଜପୁର ଜିଲ୍ଲା ସହ ବିଝାଂରପୁର ବ୍ଲକକୁ ଜାତୀୟ ସ୍ତରରେ ପରିଚିତ କରିବାରେ ସହାୟକ ହୋଇପାରିଛି ବିଝାଂରପୁରୀ ଗାଈ । ଆଜକୁ ଠିକ୍‌ ୧୩ ବର୍ଷ ତଳେ ଅର୍ଥାତ୍‌ ୨୦୧୦ ମସିହାରେ ଏହି ସ୍ୱତନ୍ତ୍ର ପ୍ରଜାତିର ଦେଶୀ ଗାଈକୁ ଜାତୀୟ ମାନ୍ୟତା ମିଳିଥିଲା । ଓଡିଶା ଜଳବାୟୁରେ ପ୍ରାୟ ୧୫ ଥର ପ୍ରସବ କରିପାରୁଥିବା ଏହି ପ୍ରଜାତିର ଗାଈ ଘାସ କୁଣ୍ଡା ଖାଇ ୪ ରୁ ୫ ଲିଟର କ୍ଷୀର ଦେବାର କ୍ଷମତା ରଖିଥିବା ବେଳେ ଦାନା ଦେଲେ ୭ରୁ ୮ ଲିଟର କ୍ଷୀର ଦେବାର କ୍ଷମତା ରହିଛି । ହେଲେ ସରକାରୀ ପ୍ରୋତ୍ସାହନ ମିଳୁନଥିବାରୁ ଏବେ ଏହି ପ୍ରଜାତିର ଗାଈ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।

ଭାରତରେ ୫୦ ପ୍ରଜାତିର ଗାଈକୁ ଜାତୀୟ ମାନ୍ୟତା ମିଳିଥିବା ବେଳେ ଓଡିଶାର ୪ ଜିଲ୍ଲା ତଥା ଯାଜପୁରର ବିଝାଂରପୁରୀ ଗାଈ, କୋରାପୁଟର ମୋଟୁ, ଗଞ୍ଜାମର ଖରିଆର ଓ ନୂଆପଡାର ଘୁମସୁରି ଗାଈକୁ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ମିଳିଛି । କେବଳ ଯାଜପୁରରେ ନୁହେଁ ବରଂ ପଡୋଶୀ କେନ୍ଦ୍ରାପଡା ଓ ଭଦ୍ରକର ଅନେକ ଚାଷୀ ଏହି ଗାଈକୁ ପାଳନ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରୁଥିଲେ । ଏମିତିକି ବିଝାଂରପୁରୀ ଗାଈକ ବଂଶବୃଦ୍ଧି ଓ ରକ୍ଷଣାବେକ୍ଷଣରେ ସଚେତନତା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଝାଂରପୁରୀ ଗୋ-ପ୍ରୋତ୍ସାହନ ଓ ଉତ୍ପାଦକ ସମିତି ଗଠନ କରାଯାଇଥିଲା । କିନ୍ତୁ ତାହା ଏବେ ଅଚଳ ଅବସ୍ଥାରେ ରହିଛି । ୨୦୧୮ – ୧୯ ବର୍ଷରେ ଏହି ଗାଈ ସଂଖ୍ୟା ୫୦୦ ଥିବା ବେଳେ ଏବେ କେତେ ଅଛି ତାହା କାହାକୁ ଜଣାନାହିଁ ।

ଚାଷକୁ ଗୁରୁତ୍ୱ ଦିଆଯାଉଥିବା କଥା କହୁଛନ୍ତି ସରକାର । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ସ୍ୱତନ୍ତ୍ର ପ୍ରଜାତିର ଗାଈ ପାଳନରୁ ମୁହଁ ମୋଡିଲେଣି ଚାଷୀ...ସେପଟେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କହୁଛନ୍ତି, ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।

 

 

  • Reported by:
  • Sanjeeb Nayak