• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ରଥଯାତ୍ରା ପୂର୍ବରୁ ରାଜ୍ୟରେ ଆରମ୍ଭ ହେବ 'ଜଗନ୍ନାଥ ଏକ୍ସପ୍ରେସ' । ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ ଚଳାଚଳ କରାଯିବ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଆରମ୍ଭ ହୋଇଛି । ରାମାୟଣ ଏକ୍ସପ୍ରେସ୍‌ ପରେ ଚାଲିବ 'ଜଗନ୍ନାଥ ଏକ୍ସପ୍ରେସ' । ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସଂସ୍କୃତି ପ୍ରଦର୍ଶନ କରିବା ସହ ଓଡ଼ିଆ ଖାଦ୍ୟ, ଭାଷାର ପ୍ରଚାର ପ୍ରସାର ଗରିବ ଏହି ଏକ୍ସପ୍ରେସ୍‌ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସେହିପରି ଓଡ଼ିଶାକୁ ଖୁବ୍ ଶୀଘ୍ର ଆସିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଦ୍ରୁତ ଗତିରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓଡ଼ିଶାକୁ ଆସିବା ପରେ ଲୋକଙ୍କ ସମୟ ବଞ୍ଚିବ ଓ ସୁବିଧାରେ ଯିବାଆସିବା କରିହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ମଧ୍ୟ ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ମେଟ୍ରୋ ପାଇଁ ରାଜ୍ୟ ସରକାର ହିଁ ପ୍ରସ୍ତାବ ଦେଇନାହାନ୍ତି ବୋଲି ସେ କହିଛନ୍ତି । ପ୍ରସ୍ତାବ ଆସିଲେ କାମ ହେବ, ରାଜ୍ୟ ସରକାର ଏଯାଏ ପ୍ରସ୍ତାବ ଦେଇନାହାନ୍ତି , ତେଣୁ ହୋଇ ପାରୁନାହିଁ ।

ଏହାସହ ପୂର୍ବ ୟୁପିଏ ସରକାର ଓ ବର୍ତ୍ତମାନ ଓଡ଼ିଶାକୁ କେନ୍ଦ୍ର ଦେଉଥିବା ରେଲେଓ୍ୱ ଅନୁଦାନର ତୁଳନାତ୍ମକ ଚିତ୍ର ରଖିଛନ୍ତି ରେଳମନ୍ତ୍ରୀ । UPA ବେଳେ ଓଡ଼ିଶାକୁ ବର୍ଷକୁ ୮ଶହ କୋଟି ମିଳୁଥିବା ବେଳେ ମୋଦି ସରକାର ଆସିବା ପରେ ପ୍ରଥମେ ଡବଲ ଓ ପରେ ୪ ଗୁଣା ଓ ଏହି ବର୍ଷ ୧୦ଗୁଣା କରି ୧୦ ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଉଛନ୍ତି ।

UPA ବେଳେ ଓଡ଼ିଶାରେ ବର୍ଷକୁ ୨୦ରୁ ୩୦ କିମି ନୂଆ ରେଳ ଲାଇନ୍ ତିଆରି ହେଉଥିବା ବେଳେ ଗତବର୍ଷ ୧୮୦ ଓ ଏବର୍ଷ ବର୍ତ୍ତମାନ ସୁଦ୍ଧା ୨୩୦ କିମି ରେଳ ଲାଇନ୍ ତିଆରି ସରିଲାଣି । ଆସନ୍ତା ମାର୍ଚ୍ଚ ସୁଦ୍ଧା ୫୫୦ କିମି ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ରାଜ୍ୟରେ ୩୨ଟି ଷ୍ଟେସନର ଉନ୍ନତିକରଣ କାମ ଚାଲିଥିବା ବେଳେ ଆଉ ୪ଟି ଷ୍ଟେସନର ଯୋଜନା ଚାଲିଛି ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।