Advertisment

ଇଣ୍ଟରନେଟ ସେବା ସ୍ୱାଭାବିକ, କର୍ଫ୍ୟୁ କୋହଳ ଅବଧି ଆଉ ୧ ଘଣ୍ଟା ବଢ଼ିଲା

ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ସ୍ୱାଭାବିକ । ଆଜି ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନର ସୂଚନା ।

ଅଦ୍ୟତନ ହୋଇଛି
Sambalpur Violence

Internet service normal

Advertisment

ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ଉପରୁ କଟକଣା ଉଠାଇଛି ପ୍ରଶାସନ । ସ୍ଥିତିକୁ ନଜରରରେ ରଖି ଶନିବାର ସନ୍ଧ୍ୟା ୬ରେ ସରୁଥିବା କଟକଣା ଆଜି ସକାଳ ୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ପ୍ରଶାସନ ।

Advertisment

ସେପଟେ ସମ୍ବଲପୁର ହିଂସା ଘଟଣାରେ ବଢିଲା କର୍ଫ୍ୟୁ କୋହଳ ଅବଧି । ଆଜିଠୁ ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ୧ ଘଣ୍ଟା ଅଧିକ କର୍ଫ୍ୟୁ କୋହଳ ନେଇ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସୂଚନା ଦେଇଛନ୍ତି ।

ପୂର୍ବ ସୂଚନା ଅନୁସାରେ ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ସମୟରେ ଟେକାପଥର ମାଡ଼ ଘଟଣା ଏବଂ ୧୪ ତାରିଖ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୮୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି। ଆଉ କିଛି ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି। 

Advertisment
Curfew
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ