• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଉଭୟ ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ଉଭୟ କଳା ମାଧ୍ୟମରେ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗମୁଦ୍ରାର ଚିତ୍ରଣ କରିଛନ୍ତି ମାନସ ।୧୭ ଫୁଟ ଓସାରର ଏହି ବାଲୁକା କଳା ନିର୍ମାଣ ପାଇଁ ୧୫ ଟନ୍ ବାଲିର ବ୍ୟବହାର ହୋଇଛି । ଏହି ବାଲୁକାକଳା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।

manas

ସେହିପରି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକାକଳା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗମୁଦ୍ରାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରିବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି ।

sudarsan