Advertisment

ଏ କି ପ୍ରକାରର ମାନସିକତା ? ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...କାନ୍ଧ ଦେଲେନି ଜାତି ଭାଇ

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ।

author-image
Rajalaxmi Sahoo
Inter caste marriage hinders 80 yr old man cremation in Bolangir

Inter caste marriage hinders 80 yr old man cremation in Bolangir

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ। ଘଣ୍ଟା ଘଣ୍ଟା ଧରି ମୃତଦେହ ପଡ଼ି ରହିବା ପରେ ସ୍ୱେଚ୍ଛାସେବୀମାନେ ମିଶି ଜଣେ ବୃଦ୍ଧଙ୍କ ଅନ୍ତିମ ସତ୍କାର କରିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଞ୍ଜାଉଡ଼ାର ଗାଁରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗାଁର ସାଧୁ ବାଗ ନାମକ ଜଣେ ବୃଦ୍ଧ ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିଥିଲେ। ଏଥିପାଇଁ ଜାତି ଭାଇ ସାଧୁଙ୍କୁ ସାମାଜିକ ବାସନ୍ଦ କରିଥିଲେ। ଗତକାଲି ମଧ୍ୟାହ୍ନରେ ୮୦ ବର୍ଷ ବୟସରେ ସାଧୁଙ୍କ ମୃତ୍ୟୁ ପରେ ଜାତି ଭାଇ କେହି କାନ୍ଧ ନଦେବାରୁ ଦୀର୍ଘ ୪ଘଣ୍ଟା ଧରି ଶବ ପଡ଼ି ରହିଥିଲା।

ପରେ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶବକୁ ସତ୍କାର କରାଯାଇଥିଲା। ପ୍ରଶ୍ନ ଉଠୁଛି, ଆଜିର ଆଧୁନିକତା ଓ ବିଜ୍ଞାନ ଯୁଗରେ ଜାତିବାଦୀ ମାନସିକତାରୁ କେବେ ମୁକୁଳିବ ମଣିଷ ? 

Advertisment
Inter-caste Marriage
Advertisment
Advertisment