• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଣିକି ଆଉ ହେବନି ଡେଙ୍ଗୁ କାବୁ ହେବ ଚିକନଗୁନିଆ । ଭାରତରେ ବ୍ୟାପିଚାଲିଥିବା ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବାକୁ ମିଳିଯାଇଛି ଅମୋଘ ଅସ୍ତ୍ର । ଆଉ ଏହି ଅସ୍ତ୍ର ହେଉଛି ନିଜେ ମଶା ଅର୍ଥାତ୍ ମଶା ରୋକିବ ମଶା କରାଉଥିବା ରୋଗକୁ ପୁଡୁଚେରୀରେ ICMRର ଭେର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏଡିସ୍ ଇଜି ମଶାର ଦୁଇଟି ନୂଆ ପ୍ରଜାତି ବିକଶିତ କରିଛି । ଏହି ମଶାଙ୍କୁ ବୋଲବେସିଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ କରାଯାଇଛି । ଏହି ମାଈ ମଶା ପୁରୁଷ ମଶା ସହ ସମ୍ପର୍କ ସ୍ଥାପନ କରି ବିଶେଷ ଧରଣର ଲାର୍ଭା ସୃଷ୍ଟି କରିବେ। ଯାହା ମଶା ଦେହରୁ ଭୂତାଣୁକୁ ନଷ୍ଟ କରିବ ଫଳରେ ମଶା କାମୁଡିଲେ ଆଉ କେହି ଡେଙ୍ଗୁ କି ଚିକନଗୁନିଆରେ ସଂକ୍ରମିତ ହେବେନି ।

ଅଷ୍ଟ୍ରେଲିଆରେ ପ୍ରଥମେ ଡେଙ୍ଗୁ ରୋକିବାକୁ ମଶାଙ୍କୁ ନେଇ ଏଭଳି ଗବେଷଣା ଆରମ୍ଭ ହୋଇଥିଲା । ଏହାପରେ ଭାରତରେ ଆରମ୍ଭ ହୋଇଥିଲା ରିସର୍ଚ୍ଚ । ଅଷ୍ଟ୍ରେଲିଆରୁ ୧୦ ହଜାର ମଶା ଅଣ୍ଡା ମଗାଯାଇଥିଲା । ଗତ ୪ ବର୍ଷ ଧରି ଭେର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏ ସମ୍ପର୍କରେ ଗବେଷଣା ଜାରି ରଖିଥିଲା । ଏବେ ଗବେଷଣା ସରିଯାଇଛି । ଆଉ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି । ଗବେଷଣାର ଶେଷ ପର୍ଯ୍ୟାୟରେ ବିକଶିତ ମଶାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛଡ଼ାଯିବ । ଏହାପରେ ମଣିଷଙ୍କ ଉପରେ ଏହି ମଶାଙ୍କ ପ୍ରଭାବ କିଭଳି ରହୁଛି? ଏବଂ ଡେଙ୍ଗୁ ମାମଲା କେତେ ହ୍ରାସ ପାଉଛି? ତାହା ସ୍ପଷ୍ଟ ହେବ ତେବେ ଜିକା ଭୂତାଣୁ ରୋକିବାରେ ବି ଏହି ମଶା କାମ କରିବ ବୋଲି ବିଶେଷଜ୍ଞ ଦାବି କରିଛନ୍ତି ।