• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିବିଆଇ ଅଫିସର୍‌ ଶିଳ୍ପପତି ମହିମା ମିଶ୍ର । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ଆଜି ସେ ହାଜର ହୋଇଛନ୍ତି । ତେବେ ସିବିଆଇ ନୋଟିସ କରିଥିବାରୁ ସେ ଆସିଥିବା କହିଛନ୍ତି । ହେଲେ କାହିଁକି ତାଙ୍କୁ ଡକାଯାଇଛି ଜାଣିନାହାନ୍ତି । ସେହିପରି ଆଇନ ଉପରେ ଶତପ୍ରତିଶତ ଭରସା ଅଛି ବୋଲି ସେ କହିଛନ୍ତି ।

ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ସେହିପରି ଭୁବନେଶ୍ୱର CBI ଅଫିସ୍‌ରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ଅଧିକାରୀ ଚନ୍ଦନଙ୍କୁ ପଚରାଉଚରା କରିଥିଲା । ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ଉଭୟଙ୍କୁ ସିବିଆଇ ଜେରା କରିଥିବା ଅନୁମାନ କରାଯାଉଛି । ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା । ଏହାସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଏବଂ OSLର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ସିବିଆଇ ପଚରାଉଚରା କରିଥିଲା ।

ସୂଚନାଯୋଗ୍ୟ ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ୨୦୦୧ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା । ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ପୁଣି ଥରେ କ’ଣ ପାଇଁ ସିବିଆଇ ମହିମା ମିଶ୍ରଙ୍କ ଘରେ ପଶିଛି ତାହା ଉପରେ ସମସ୍ତଙ୍କ ନଜର ।