ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ତ ସମସ୍ତେ ଚାହିଁଥାନ୍ତି । ବିବାହରେ ଏକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବରଯାତ୍ରୀ । ଯାହାଙ୍କ ପାଇଁ କିଏ କ୍ୟାବ୍ ବୁକ୍ କରେ ତ କିଏ ବସ୍ । ହେଲେ ଆପଣ ଜାଣନ୍ତି କି ବରଯାତ୍ରୀଙ୍କ ପାଇଁ ଟ୍ରେନ୍ ମଧ୍ୟ ବୁକିଂ ହୋଇଥାଏ ବୋଲି ?
ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।
Also Read
ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ପ୍ରତି ବର୍ଷ ଗାଡିରେ ୧୦୦ରୁ ଅଧିକ କୋଚ୍ ବୁକ୍ କରାଯାଇଥାଏ ।
ସୂଚନା ଅନୁସାରେ, ଟ୍ରେନ୍ ବୁକିଂ ପାଇଁ ନିର୍ଦ୍ଧାରିତ ଭଡାରୁ ୩୫ରୁ ୪୦ ପ୍ରତିଶତ ଅଧିକ ପୈଠ କରିବାକୁ ପଡିଥାଏ । ଏହାସହ ଏଥିପାଇଁ ରେଲୱେ ଖାତାରେ ଏକ ନିଶ୍ଚିତ ସୁରକ୍ଷା ନିଧି ମଧ୍ୟ ଜମା କରିବାକୁ ପଡିଥାଏ ଯାହା ପରେ ସେହି ରାଶି ଆପଣଙ୍କୁ ଫେରସ୍ତ ମିଳିଯିବ । ଆଇଆରସିଟିସି ତରଫରୁ ନିଆଯାଉଥିବା ଏହି ରାଶିରେ ସର୍ଭିସ୍ ଟ୍ୟାକ୍ସଠୁ ନେଇ ଜିଏସଟି ଓ ଅନ୍ୟ ଟ୍ୟାକ୍ସମାନ ମଧ୍ୟ ସାମିଲ କରାଯାଇଛି ।
ରେଳୱେର ଏହି ବ୍ୟବସ୍ଥା ଦ୍ୱାରା କୋଚ୍ ବା ଟ୍ରେନ୍ ବୁକ୍ କରିବା ଅତ୍ୟନ୍ତ ସହଜ ହୋଇଥାଏ । କେବଳ ଏତିକି ନୁହେଁ ଯଦି କୌଣସି କାରଣରୁ ଆୟୋଜିତ କାର୍ଯ୍ୟକ୍ରମ ରଦ୍ଦ ହୋଇଥାଏ ତେବେ ମଧ୍ୟ ପୈଠ ନିର୍ଦ୍ଧାରିତ ଟ୍ୟାକ୍ସକୁ କାଟି ଫେରସ୍ତ କରିଦିଆଯାଏ ।
ଟ୍ରେନ୍ ବୁକିଂ ପାଇଁ କେଉଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ପଡିବ -
- ଆପଣଙ୍କୁ ଆଇଡି ପାସୱାର୍ଡ ପ୍ରସ୍ତୁତ କରିବାକୁ ପଡିବ
- ଭେରିଫିକେସନ ମଧ୍ୟ ଜରୁରୀ
- ପାନ୍ ନମ୍ବର ମଧ୍ୟ ବାଧ୍ୟତାମୂଳକ
- ଏହି ସମସ୍ତ ତଥ୍ୟ ରେଜିଷ୍ଟର କରିବା ପରେ ଆପଣଙ୍କ ମୋବାଇଲରେ ଏକ ଓଟିପି ଆସିବ ଯାହା ମାଧ୍ୟମରେ ଏହି ଭେରିଫିକେସନ ହୋଇପାରିବ
- ଓଟିପି ନମ୍ବର ଦେବା ପରେ ହିଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ
- ଏହା ବ୍ୟତୀତ ଏଥିରେ ଆଧାର ନମ୍ବର ରେଜିଷ୍ଟର କରିବା ମଧ୍ୟ ଜରୁରୀ
ଟ୍ରେନ୍ରେ କେଉଁ କେଉଁ କୋଚ୍ ଲଗାଇପାରିବେ
ଟ୍ରେନରେ ଫଷ୍ଟ୍ ଏସି, ସେକେଣ୍ଟ ଏସି(ଟୁ-ଟାୟାର), ଏସି ଚେୟାରକାର୍, ଥର୍ଡ ଏସି(ଥ୍ରି ଟିୟର), ସେକେଣ୍ଟ ଏସି(ସେକେଣ୍ଡ ସିଟିଂ), ଏକ୍ସକ୍ଲୁସିଭ୍ ଚେୟାର କାର୍, ଏସଏ, ଏଚଭି, ଏସି ସେଲୁନ୍, ସ୍ଲିପର, ସେକେଣ୍ଡ କ୍ଲାସ୍ ଜେନେରାଲ୍, ପ୍ୟାଣ୍ଟ୍ରିକାର, ନନ୍ ଏସି ସେଲୁନ୍, ଏସଏଲଆର୍, ହାଇ କାପାସିଟି ପାର୍ସଲ ଭ୍ୟାନ୍, ଜେନେରାଲ୍ ଓ ଅନ୍ୟ କୋଚ୍ ଲଗାଇପାରିବେ ।
ଟ୍ରେନ୍ ବୁକିଂ ପାଇଁ କେତେ ଟଙ୍କା ଜମା କରିବାକୁ ପଡିବ ?
- ଗୋଟିଏ କୋଚ୍ ପାଇଁ ୫୦ ହଜାର ଟଙ୍କା
- ୧୮ ଡବାର ଟ୍ରେନ୍ ପାଇଁ ୯ ଲକ୍ଷ ଟଙ୍କା
- ହଲ୍ଟିଂ ଚାର୍ଜ- ୦୭ ଦିନ ପରେ ୧୦ ହଜାର ଟଙ୍କା ପ୍ରତି କୋଚ୍ ଅତିରିକ୍ତ
କ’ଣ ରହିଛି ବୁକିଂର ନିୟମ ଏବଂ ସର୍ତ୍ତାବଳୀ
ବୁକିଂ କରିବାକୁ ଥିବା ଟ୍ରେନ୍ରେ ୧୮ରୁ ୨୪ କୋଚ୍ ରହିବ । ଟ୍ରେନରେ ୩ ଏସଏଲଆର୍ କୋଚ୍ ଜରୁରୀ । କମ୍ କୋଚ୍ ନେବାକୁ ଥିବା ଗ୍ରହକମାନଙ୍କୁ ସୁରକ୍ଷା ନିଧି ୧୮ କୋଚ୍ ଅନୁସାରେ ଦେବାକୁ ପଡିବ । ଏଥିପାଇଁ ସେମାଙ୍କୁ ୧ରୁ ୬ ମାସ ପୂର୍ବରୁ ବୁକିଂ କରିବାକୁ ପଡିବ । ବୁକିଂ ତାରିଖର ୨ ଦିନ ପୂର୍ବରୁ ହିଁ ଆପଣ ବୁକିଂ ରଦ୍ଦ କରିପାରିବେ । କୌଣସି ବି ଷ୍ଟେସନରେ ଟ୍ରେନ୍ ୧୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ । ଟ୍ରେନରେ ୨ ସ୍ଲିପର କୋଚ୍ ମଧ୍ୟ ବାଧ୍ୟତାମୂଳକ ରହିବ ।
କେମିତି କରିପାରିବେ ଟ୍ରେନ୍ ବୁକିଂ
- ସମ୍ପୂର୍ଣ୍ଣ ଟ୍ରେନ୍ ବା କୋଚ୍ ବୁକ୍ କରିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତି ଆଇଆରସିଟିସିର ୱେବସାଇଟକୁ ଯିବାକୁ ପଡିବ
- ତା’ପରେ ଏଫଟିଆର୍ ସର୍ଭିସରେ ରେ କ୍ଲିକ୍ କରିବେ
- ଏହାପରେ ଆଇଡି ପାସୱାର୍ଡ ଜରିଆରେ ଲଗ୍ଇନ୍ କରିବେ
- ସେଠାରେ ନିଜର ସୂଚନା ଦିଅନ୍ତୁ
- ତାରିଖ ଓ ଅନ୍ୟାନ୍ୟ ସୂଚନା ଭରିବା ପରେ ଅନଲାଇନ୍ ପେମେଣ୍ଟ କରନ୍ତୁ