• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୂର୍ବତନ ବାୟୁସେନା ଅଧିକାରୀ ନିଖୋଜ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦମୟନ୍ତୀ ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନା ଅଧିକାରୀ ଅଜିତ କୁମାର ଖୁଣ୍ଟିଆ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ଅଜିତ ଆପାର୍ଟମେଣ୍ଟ ତଳକୁ ଚାଲିବାକୁ ଯାଇଥିଲେ । ସେଠାରୁ ଆଉ ସେ ଘରକୁ ଫେରିନଥିଲେ ବୋଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।

ଏନେଇ ଅଜିତଙ୍କ ପତ୍ନୀ କହିଛନ୍ତି ଯେ, ’୭୨ ଘଣ୍ଟା ତାଙ୍କୁ ଅପେକ୍ଷା କରିଲୁ ହେଲେ ସେ ଆସିଲେନି । ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀଙ୍କ ଘରେ ପଚରାଉଚୁରା କଲୁ ହେଲେ କେଉଁଠି ଭି ତାଙ୍କୁ ପାଇଲୁନାହିଁ । ୫ ଦିନ ବିତିଗଲାଣି ହେଲେ ସେ ଘରକୁ ଫେରିନାହାଁନ୍ତି । ଆମେ ତ ଜାଣିପାରୁନାହୁଁ କୁଆଡେ ଗଲେ ତାଙ୍କୁ କିଏ ନେଲା ? କି କଣ...ଆଜିକାଲି ତ ଚାଲିଛି କିଏ କାହାକୁ ନେଇଯାଉଛି । ତେଣୁ କ୍ୟାମେରା ଯାଞ୍ଚ କଲେ କିମ୍ୱା ପୋଲିସ ଖୋଜାଖୋଜି କଲେ ହୁଏତ କିଛି ଜଣାପଡିବ ।’