Advertisment

ଅଧା ଅପରେସନ୍‌ରୁ ହାତ ଟେକିଦେଲେ ଡାକ୍ତର, କହିଲେ- ରୋଗୀଙ୍କ ଅବସ୍ଥା ସିରିୟସ୍‌, ବଡ଼ ହସ୍ପିଟାଲକୁ ନେଇ ଯାଅ...

ଅଧା ଅପରେସନ୍‌ରୁ ହାତ ଟେକି ଦେଲେ ଡାକ୍ତର। ଆଉ କହିଲେ, ରୋଗୀଙ୍କ ଅବସ୍ଥା ସିରିୟସ୍‌। ବାଲେଶ୍ୱରରେ ଅପରେସନ୍‌ ହୋଇପାରିବ ନାହିଁ। କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ଼ ହସ୍ପିଟାଲକୁ ନେଇ ଯାଅ। ଏହା କହି ମହିଳାଙ୍କ ପେଟରେ ଷ୍ଟିଚ୍ ପକାଇ ପଳାଇଲେ ଡାକ୍ତର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Incompetent doctor from Balasore leaves patient half operated

Incompetent doctor from Balasore leaves patient half operated

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଏ। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ରୋଗୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ପ୍ରାଣପଣେ ଉଦ୍ୟମ କରିଥାନ୍ତି। କେବେବି ଆଶା ଛାଡ଼ି ନଥାନ୍ତି। ହେଲେ ବାଲେଶ୍ୱରରେ ଏହାର ଠିକ୍‌ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଅଧା ଅପରେସନ୍‌ରୁ ହାତ ଟେକି ଦେଇଛନ୍ତି ଡାକ୍ତର। ଆଉ କହିଥିଲେ, ରୋଗୀଙ୍କ ଅବସ୍ଥା ସିରିୟସ୍‌। ବାଲେଶ୍ୱରରେ ଅପରେସନ୍‌ ହୋଇପାରିବ ନାହିଁ। କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ଼ ହସ୍ପିଟାଲକୁ ନେଇ ଯାଅ। ଏହା କହି ମହିଳାଙ୍କ ପେଟରେ ଷ୍ଟିଚ୍ ପକାଇ ପଳାଇ ଥିଲେ ଡାକ୍ତର। ବାଲେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ ବିରୋଧରେ ଏଭଳି ଅଭିଯୋଗ ଆସିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କୁରୁଡା ଅଞ୍ଚଳର ଜଣେ ମହିଳାଙ୍କ ଜରାୟୁ ଅପରେସନ୍‌ ପାଇଁ ତାଙ୍କ ସ୍ୱାମୀ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।ଗତ ୫ ତାରିଖରେ ଅପରେସନ୍‌ କରିବାକୁ ଡାକ୍ତର ଅନୁପ ଘୋଷ ସମୟ ଦେଇଥିଲେ। ହେଲେ ଅଧା ଅପସରେସନ୍‌ରୁ ଡାକ୍ତର ଅନୁପ ହାତ ଟେକି ଦେଇଥିଲେ। ଆଉ କହିଥିଲେ, ରୋଗୀଙ୍କ ଅବସ୍ଥା ସିରିୟସ। ବାଲେଶ୍ୱରରେ ଅପରେସନ୍‌ ହୋଇପାରିବ ନାହିଁ। କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ଼ ହସ୍ପିଟାଲକୁ ନେଇ ଯାଅ। ଏହାପରେ ମହିଳାଙ୍କ ପେଟରେ ଷ୍ଟିଚ୍ ପକାଇ ଡାକ୍ତର ଅନୁପ ପଳାଇଥିଲେ।

ଅଧା ଅପରେସନ୍‌ରୁ ସ୍ତ୍ରୀଙ୍କୁ କେମିତି କଟକ କିମ୍ବା ଭୁବନେଶ୍ୱର ନିଆଯିବ ସେନେଇ ମହିଳାଙ୍କ ସ୍ୱାମୀ ଚିନ୍ତାରେ ପଡ଼ିଥିଲେ। ଏନେଇ କ୍ଲିନିକ୍‌ କର୍ତ୍ତୃପକ୍ଷ  ମହିଳାଙ୍କ ସ୍ୱାମୀଙ୍କୁ ବୁଝାଇ ସୁଝାଇ ୩ ଦିନ ହେବ ରୋଗୀଙ୍କୁ ବେଡ୍‌ରେ ପକାଇ ରଖିଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ବେଳେ ତାଙ୍କ ସ୍ୱାମୀ କ୍ଲିନିକ ଓ ଡାକ୍ତରଙ୍କୁ ଏଥିପାଇଁ ଦାୟୀ କରି କ୍ଲିନିକରେ ହୋ-ହଲ୍ଲା କରିବାକୁ ଘଟଣା ସାମ୍ନାକୁ ଆସିଥିଲା। କ୍ଲିନିକ କର୍ତ୍ତୃପକ୍ଷ ରୋଗୀଙ୍କ ଚିକିତ୍ସା ନେଇ କୌଣସି ବ୍ୟବସ୍ଥା ନକରି ଆପୋଷ ବୁଝାମଣା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

Advertisment

ସେପଟେ ହସ୍ପିଟାଲ ମାଲିକ କହିଛନ୍ତି, ଡାକ୍ତର ଅନୁପ ଘୋଷ ରୋଗୀଙ୍କୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଇ ଅପରେସନ୍‌ କରୁଥିଲେ। ରୋଗୀ ସୁସ୍ଥ ହେବା ପରେ ଡାକ୍ତର ଅନୁପ ନିଜ ଖର୍ଚ୍ଚରେ ରୋଗୀଙ୍କ ଚିକିତ୍ସା କଟକ କିମ୍ବା ଭୁବନେଶ୍ୱରରେ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ହସ୍ପିଟାଲ୍‌ ମାଲିକ କହିଛନ୍ତି।

Advertisment
Advertisment