• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଅଣ୍ଟିଆ ବର୍ଷା ପାଇଁ ଚିନ୍ତାରେ ଗାଁ ଲୋକ । ଚାଷ ପାଇଁ ବେଳ ଅନୁକୂଳ ହେଲା ବେଳକୁ ବର୍ଷାର ଦେଖା ନାହିଁ । ତେବେ ବିଶ୍ୱାସ ରହିଛି ବେଙ୍ଗ ବେଙ୍ଗୁଲି ନାଚ କରାଇଲେ ନିଶ୍ଚିତ ବୃଷ୍ଟିପାତ ହେବ । ଆଉ ଏଥିପାଇଁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ସାନଗୋଛା ଗ୍ରାମରେ ଅନୁଷ୍ଠିତ ହୋଇଛି ବେଙ୍ଗବେଙ୍ଗୁଲି ନାଜ ।

ଗାଁରେ ଏକର ଏକର ଚାଷ ଜମିରେ ବର୍ତ୍ତମାନ ବାଇଗଣ, ରାଶି ଚାଷ କରାଯାଇଛି । ହେଲେ ବର୍ଷା ହେଉନଥିବାରୁ ଜମିରେ ପାଣି ନାହିଁ । ବର୍ଷା ଜଳ ଉପରେ ନିର୍ଭର କରୁଥିବାରୁ ଲୋକେ କେଉଁଠି ପୂଜାର୍ଚ୍ଚନା କରୁଛନ୍ତି ତ କେଉଁଠି ବେଙ୍ଗ ବେଙ୍ଗୁଲିର ବାହାଘର କରୁଛନ୍ତି । ପରମ୍ପରା ଅନୁସାରେ ଗାଁର କୁନି କୁନି ପିଲାମାନେ ବେଙ୍ଗ ବେଙ୍ଗୁଲି ନାଚ କରିଛନ୍ତି ।

ପୁରାତନ କାଳରୁ ସାନଗୋଛା ଗ୍ରାମରେ ଏହି ବେଙ୍ଗୁଲି ନାଚ ଦେଖିବାକୁ ମିଳେ । ଗାଁର ଛୋଟ ପିଲାମାନେ ଏକ ପାଣି ବେଙ୍ଗକୁ ଜଳାଶୟରୁ ଆଣି ଜଳପୂର୍ଣ୍ଣ ଏକ କଳସକୁ ବାହୁଙ୍ଗାରେ ରଖି ଗାଁ ସାରା ପରିକ୍ରମା କରାନ୍ତି । ଗ୍ରାମ ପରିକ୍ରମା କଲାବେଳେ ପ୍ରତି ଘରର ସ୍ତ୍ରୀ ଲୋକ ମାଠିଆ ମାଠିଆ ପାଣି ଆଣି ଛୋଟ ପିଲା ଏବଂ ବେଙ୍ଗୁଲି ଥିବା କଳସ ଉପରେ ଢାଳନ୍ତି ।

ଆଉ ପିଲାମାନେ ଖୁସି ମନରେ ନାଚି ନାଚି ଗୀତ ଗାଆନ୍ତି ବେଙ୍ଗୁଲି ନାନୀ ନାଚିଲା , ପାଣି ଟୋପେ ଟୋପେ ବର୍ଷିଲା । ଏହିପରି ଭାବେ ଗାଁରେ ହୁଏ ବେଙ୍ଗୁଲି ନାଚ । ତେବେ ବେଙ୍ଗୁଲି ନାଚ କରିବା ପରେ ବର୍ଷା ହେଉଛି କି ନାହିଁ ଦେଖିବାକୁ ବାକି ରହିଲା ।

ରାଜେଶ କୁମାର ପଣ୍ଡା, ଭଞ୍ଜନଗର