• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ ।  ମାତ୍ର ୫୮ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି ।  ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି ।  ହୃଦଘାତ ଯୋଗୁଁ ILS ନିର୍ଦ୍ଦେଶକଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି ।  ଡା. ଅଜୟ ପରିଡ଼ାଙ୍କ ଅକାଳ ବିୟୋଗରେ ପରିବାର ସମେତ ରାଜ୍ୟବାସୀ ମର୍ମାହତ ହୋଇପଡ଼ିଛନ୍ତି । 

 

ସୂଚନା ଅନୁସାରେ ଗୌହାଟୀ ସ୍ଥିତ ନିଜ ହୋଟେଲ ରୁମ୍‌ରେ ହୃଦଘାତର ଶିକାର ହୋଇଥିଲେ ଡା. ଅଜୟ ପରିଡ଼ା । ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଆଉ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Institute of Life Sciences (ILS)ପ୍ରତିଷ୍ଠା ହେବା ଦିନ ଠାରୁ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ଡା. ଅଜୟ ପରିଡ଼ା । ଜିନମ ସିକ୍ୟୁଏନ୍ସିଂ ସହ ବହୁ ଗବେଷଣା ଦାୟିତ୍ୱ ତୁଲାଉଥିଲେ । ମହାମାରୀ ସମୟରେ ସେ ସାଧାରଣ ଲୋକଙ୍କୁ ଅନେକ ପରାମର୍ଶ ଦେଉଥିଲେ ।  

ଯାଜପୁରର ଭଗବାନପୁରରେ ଜନ୍ମ ଗ୍ରହଣ କରିଥିଲେ ଡା. ଅଜୟ ପରିଡ଼ା । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କ୍ୟାରିଅରର ପ୍ରାଥମିକ ପର୍ଯ୍ୟାୟରେ କୃଷି ଉପରେ ବହୁ ଗବେଷଣା କରିଥିଲେ ।