Advertisment

ଉତ୍ପାତ କରୁଛନ୍ତି ବାଲି ମାଫିଆ ! ଲୁଟୁଛନ୍ତି ଟ୍ରକ ଟ୍ରକ ବାଲି...

ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...

author-image
Prangyan Parimita
sand

sand

ସଞ୍ଜ ନଇଁଲେ ଆରମ୍ଭ ହେଉଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ଲୁଟି ନେଉଛନ୍ତି ଶହ ଶହ ଟ୍ରିପ ବେଆଇନ ବାଲି। ଲୋକ ଦେଖାଣିଆ ଭାବେ ଗୋଟିଏ ବାଲି ସୈରାତକୁ ନିଲାମ ନେଇ ଅନେକ ସୈରାତରୁ ଚାଲିଛି ବେଆଇନ ବାଲି ଚାଲାଣ। ଏ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରେମାଳ ନଦୀ ଅଂଚଳର। ସବୁ ଜାଣିଶୁଣି ଚୁପ ହୋଇ ବସିଛନ୍ତି ପ୍ରଶାସନିକ ଅଧିକାରୀ।

Advertisment

ରାଜସ୍ୱ ବିଭାଗ ଓ ବାଲି ମାଫିଆଙ୍କ ସଲାସୁତୁରାରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ରେମାଳ ନଦୀର ବିଭିନ୍ନ ସୈରାତକୁ ଘସିପୁରା ତହସିଲ ପକ୍ଷରୁ ୨୦୧୯ ମସିହାରେ ନିଲାମ କରାଯାଇଥିଲା। ଅଁଳାପାଳ, ଖଇଳ କାଠପାଳ ଆଦି ସୈରାତ ମଧ୍ୟରୁ ଲିଜଧାରୀ କେବଳ ଅଁଳାପାଳ ସୈରାତ ପାଇଥିଲେ। ହେଲେ ପ୍ରୋକଲିନ ମେସିନ ଲଗାଇ ଅନ୍ୟ ସବୁ ସୈରାତରୁ ରାତିଅଧିଆ ହାଇୱ ଯୋଗେ ଶହ ଶହ ଟ୍ରିପ ବାଲି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି।

ବାଲି ଚୋରା ଚାଲାଣ ଯୋଗୁଁ ରେମାଳ ନଦୀରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି। ସବୁ କିଛି ରାଜସ୍ୱ ବିଭାଗର ଜାଣତରେ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯଦି ଏମିତି ହେଉଥାଏ, ତେବେ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘସିପୁରା ତହସିଲଦାର କହିଛନ୍ତି।

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଲୋକନାଥ ସିଂଙ୍କ ରିପୋର୍ଟ

Illegal Sand Quarrying
Advertisment
Advertisment