/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665652512.jpg)
Tharhi Achutya Ashram Demolition
ମାଟିରେ ମିଶିଲା ବହୁଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ବେଆଇନ କୋଠା ଗୁଡିକୁ ଆଜି ମାଟିରେ ମିଶାଇଛି ବିଡିଏ । ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ମୌଜାରେ ପ୍ରାୟ ୨୧ଟି ପ୍ଲଟ ରହିଛି । ଯେଉଁଠି ବେଆଇନ ଭାବରେ ର୍ନିମାଣ ହୋଇଛି କୋଠା । ଆଜି ପୋଲିସ, ବିଡିଏର ମିଳିତ ଟିମ୍ ପକ୍ଷରୁ ଉଚ୍ଛେଦ କରାଯାଇଛି । ସେପଟେ ଉଚ୍ଛେଦକୁ ବିରୋଧ କରି ଉତ୍ତେଜନା ଦେଖା ଦେଇଥିଲା ।
ଉକ୍ତ ପ୍ଲଟ ମାନଙ୍କରେ ରହୁଥିବା ମହିଳା ମାନେ ବିରୋଧ କରିଛନ୍ତି । ବିଡିଏ ଅଧିନକୁ ଆସିବା ପୂର୍ବରୁ ଗୃହ ନିର୍ମାଣ ହୋଇଥିଲା, ମାତ୍ର ଯେତେବେଳେ ବିଡିଏ ଅଧିନକୁ ଆସିଲା ସେତେବେଳେ ନୋଟିସ ବି କରାଯାଇନଥିଲା ବୋଲି ସେମାନେ କହିଛନ୍ତି । ଏଣୁ ଘର ଉଚ୍ଛେଦ ନକରି ଆବଶ୍ୟକ ଜୋରିମାନା କରିବାକୁ ଦାବି ହୋଇଛି ।
ସୂଚନାଯୋଗ୍ୟ ଆଜିକୁ ଦୁଇ ବର୍ଷ ପୂର୍ବରୁ ତଥା ୨୦୨୦ ଡିସେମ୍ବର ମାସରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଥିଲା । ରବିବାର ରାତି ପ୍ରାୟ ୧୧ଟା ୧୫ରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସୁର ବାବା ୧୯୮୨ ମସିହାରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠା କରିଥିଲେ। ପୋଥିରେ ଲୋକଙ୍କ ଅତୀତ, ଭବିଷ୍ୟତ ବିଷୟରେ ଅବଗତ କରାଇ ଅମାପ ସମ୍ପତ୍ତି ଅର୍ଜନ କରିଥିଲେ । ଆଶ୍ରମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସୁଥିଲେ। ମାତ୍ର ୨୦୧୫ ଅଗଷ୍ଟ ୩୦ରେ ସବୁକିଛି ଓଲଟି ଯାଇଥିଲା । ଆଶ୍ରମରେ ବହୁ କେଳେଙ୍କରୀ ହେଉଥିବା ଅଭିଯୋଗରେ ଏହାର ପ୍ରତିଷ୍ଠାତା ସୁର ବାବାଙ୍କୁ ଗିରଫ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)