• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ବାଲି ପରିବହନ ନେଇ ଜିଲ୍ଲାପାଳଙ୍କ ସତ୍ୟପାଠ ମିଥ୍ୟା ଥିବା କୋର୍ଟ କହିଛନ୍ତି ।

ଏଥିପାଇଁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି । ବେଆଇନ୍‌ ବାଲି ଉଠାଣ ଓ ପରିବହନ ନେଇ ଏକ ପିଆଇଏଲ୍ ହୋଇଥିଲା । ଲିଜ୍‌ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜିଥିବା ଅଭିଯୋଗ ହୋଇଥିଲା ।

ଏନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ । ଏଭଳି ହେଉନଥିବା ଓ ଯାହା କିଛି ଘଟିଛି, ଫାଇନ୍‌ ହୋଇଥିବା ପ୍ରଶାସନ କହିଥିଲା । ପ୍ରଶାସନର ଏଭଳି ସତ୍ୟପାଠରେ ହାଇକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଥିଲେ ।

ଜିଲ୍ଲାପାଳଙ୍କ ଏତାଦୃଶ ଦାୟିତ୍ୱହୀନ ଆଚରଣ ଗ୍ରହଣୀୟ ନୁହେଁ କହିଥିଲେ । ଏଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ କହିଥିଲେ । ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟମାନେ ଚେତିବେ ବୋଲି କୋର୍ଟ କହିଛନ୍ତି ।