Advertisment

ଲଢୁଆ ବିମାନର ଗର୍ଜନରେ ଥରିଲା ପୁରୀ

ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
IAF Suryakiran Airshow in Puri

IAF Suryakiran Airshow in Puri

Advertisment

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଆଜି ବାୟୁବୀର ସେମାନଙ୍କର ଜଲ୍‌ୱା ଦେଖାଇଛନ୍ତି। ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି ଏୟାର ଶୋ’ ଆୟୋଜିତ କରାଯାଇଥିଲା। ଗତକାଲି ସୂର୍ଯ୍ୟକିରଣ ଟିମ୍ ପୁରୀ ଆକାଶରେ ରିହର୍ସଲ୍ କରିଥିବା ବେଳେ ଆଜି ଏୟାର ଶୋ’ ହୋଇଥିଲା। ପାଗରେ ସୁଧାର ଆସିବା ପରେ ଏହି ଏୟାର ଶୋ’ ହୋଇଥିଲା। 

Advertisment

ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ତେବେ ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ଗତକାଲି ରିହର୍ସଲ୍ ବେଳେ ଆକାଶ ମାର୍ଗରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଦୁଃସାହସିକ ଏୟାର ଶୋ’ ପ୍ରଦର୍ଶନ କରିଥିଲେ।

ଏକା ସାଙ୍ଗରେ ୯ଟି ହକ୍ ଲଢୁଆ ବିମାନର ଗର୍ଜନରେ ଥରି ଉଠିଥିଲା ପୁରୀ ଆକାଶ। କେତେବେଳେ ୫ଶହ ଫୁଟ୍ ତ ଆଉ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ ୨୫ ମିନିଟ୍‌ ଅଧିକ ସମୟ ଧରି ଗୋଟିକ ପରେ ଗୋଟିଏ ‌ଆକର୍ଷଣୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏୟାର ଶୋ’ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପୁରୀରେ ଅଛନ୍ତି। 

Advertisment

ସୂଚନାଥାଉ କି, ଗତ ଶୁକ୍ରବାର ଦିନ  ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଆୟୋଜିତ ହୋଇଥିଲା। ବାଲିଯାତ୍ରା ପଡ଼ିଆ ଓ ଆଖପାଖରେ ପ୍ରାୟ ୫୦ ହଜାର ଲୋକ ଏହି ସୂର୍ଯ୍ୟକିରଣ ଶୋ’ ଦେଖିଥିଲେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୧୮ରୁ ୨୦ ମିନିଟ୍ ଏୟାର ଶୋ’ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଥିବା ବେଳେ ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଥିଲେ। 

Air Show IAF Suryakiran Air Show Suryakiran Air Show Air Show In Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ