/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654498684.jpg)
Special story
ଯୋଡ଼ି ହେବନି ଭାଙ୍ଗି ଯାଇଥିବା ସମ୍ପର୍କ । କୋର୍ଟଙ୍କ ନିର୍ଦ୍ଦେଶ ପରେ କିଛି ଦିନ ଚୁପ୍ ରହିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ତାଗିଦ କରିଛନ୍ତି । ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ନେଇ କିଛି ମିଡିଆ ଚ୍ୟାନେଲ ବିଭିନ୍ନ ପ୍ରକାର ଗୁଜର ଖବର ପ୍ରକାଶ କରୁଥିବାରୁ ସେ ଏଥିପାଇଁ ଆବଶ୍ୟକ ହେଲେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ।
ଏକ ୟୁଟ୍ୟୁବ ଚ୍ୟାନେଲ ଅନୁଭବ ଓ ବର୍ଷାଙ୍କୁ ନେଇ ‘ତାଙ୍କୁ ଛାଡ଼ି ରହିହେଉନି, ଆମେ ପୁଣି ମିଶିବୁ’ ଶୀର୍ଷକ ଏକ ପୋଷ୍ଟ କରିଛି । ସେଥିରେ ବର୍ଷା ଓ ଅନୁଭବଙ୍କ ଏକ ଫଟୋ ମଧ୍ୟ ରହିଛି । ଏହି ପୋଷ୍ଟକୁ ଅନୁଭବ ନାପସନ୍ଦ କରିବା ସହ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ମୁଁ ଚୁପ୍ ରହିଛି । ଏହାର ଅର୍ଥ ନୁହେଁ କିଛି ମିଡିଆ ଚ୍ୟାନେଲ୍ ଓ ୟୁଟ୍ୟୁବ୍ ଚ୍ୟାନେଲ ମନକୁ ଯାହା ଆସିବ, ତାହା ଲେଖିବେ ।
କେବେ ସେ ପୁରୁଣା ସମ୍ପର୍କ ଯୋଡ଼ି ହେବନି । ଏବେ ନୁହେଁ, କି କେବେ ନୁହେଁ । ପ୍ରଥମରୁ ସ୍ପଷ୍ଟ କରିଦେଇଛି, ଏ ସମ୍ପର୍କର ଆଉ କୌଣସି ଭବିଷ୍ୟତ ନାହିଁ । ତେଣୁ ମିଛ ଖବର ପ୍ରସାରଣ ନକରିବା ପାଇଁ କହିଛନ୍ତି ଅନୁଭବ ।
ସୂଚନାଯୋଗ୍ୟ ଜୁନ୍ ୨ ତାରିଖରେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କ ରହଣୀ ବ୍ୟବସ୍ଥା ପାଇଁ ଅନୁଭବଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ପତ୍ନୀ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ ସାଂସଦ ଅନୁଭବ ମହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)