Advertisment

ସ୍ୱାମୀଙ୍କୁ ବାଣ୍ଟିନେଲେ ଦୁଇ ସଉତୁଣୀ

ଦୁଇ ଭାଗରେ ବଣ୍ଟାହେଲେ ସ୍ୱାମୀ। ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହିତ ରହିବାକୁ ଠିକ୍ ହୋଇଥିବା ବେଳେ ଦ୍ୱିତୀୟ ତିନି ଦିଅ ଦ୍ୱିତୀୟ ସ୍ତ୍ରୀଙ୍କ ସହ ବିତାଇବେ। ଯୁବକ ଜଣକ କେବଳ ରବିବାର ଦିନଟି ବାପା-ମା’ ଙ୍କ ସହ ରହିବାକୁ ନିଷ୍ପତ୍ତି ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Husband sharing treaty among 2 wives

Husband sharing treaty among 2 wives

ସାମ୍ନାକୁ ଆସିଛି ସ୍ୱାମୀ ବିଭାଜନର ଏକ ଅଜବ ମାମଲା। ଦୁଇ ପତ୍ନୀ ସେମାନଙ୍କ ସ୍ୱାମୀଙ୍କୁ ବାଣ୍ଟି ନେଇଛନ୍ତି। ଜଣେ ବିବାହିତ ପୁରୁଷଙ୍କୁ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ପଡିଛି। ତାଙ୍କର ଦ୍ୱିତୀୟ ବିବାହ ପ୍ରଥମ ପତ୍ନୀଙ୍କ ସହମତିରେ ହିଁ ହୋଇଛି। ଜଣେ ସ୍ୱାମୀର ଦୁଇ ପତ୍ନୀ ହେବା ଅପେକ୍ଷା ଅଧିକ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଦୁଇ ସଉତୁଣୀଙ୍କ ସହମତିରେ ସ୍ୱାମୀଙ୍କୁ ବଣ୍ଟାଯାଇଛି।

Advertisment

ସ୍ୱାମୀଙ୍କ ବିଭାଜନ ଏମିତି ହୋଇଛି ଯେ ଦୁଇ ପତ୍ନୀ କିଛି କିଛି ଦିନ ସ୍ୱାମୀଙ୍କ ପାଖରେ ରହିବେ। ସେମାନେ ୩ ଦିନ ଲେଖାଏଁ ସ୍ୱାମୀଙ୍କ ପାଖରେ ରହିବେ ବୋଲି ନିଷ୍ପତ୍ତି ପରେ ଏଥିରେ ସ୍ୱାମୀ ବାଧ୍ୟ ହୋଇଛନ୍ତି। ଏହି ପୂରା ମାମଲା ପ୍ରେମକୁ ନେଇ ଜଡିତ ଥିବା ଜଣାଯାଇଛି। ବର୍ତ୍ତମାନ ଏହି ଘଟଣାର ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି।

ରିପୋର୍ଟ ଅନୁଯାୟୀ, ସ୍ୱାମୀ ବିଭାଜନର ଏହି ଘଟଣା ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଧୋକପୁରୀ ଟଣ୍ଡା ଅଞ୍ଚଳର। ଜଣେ ବିବାହିତ ବ୍ୟକ୍ତି ସୋସିଆଲ ମିଡିଆରେ ଆସାମର ଆଉ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମର ଭୂତ ଏତେ ଚଢିଗଲା ଯେ ସେମାନେ ଚଣ୍ଡିଗଡ଼ରେ ଲିଭ୍‌-ଇନ୍‌ରେ ରହିଲେ।

Advertisment

କିଛି ଦିନ ପରେ ଯୁବକ ଜଣକ ପ୍ରେମିକାର ଗର୍ଭଧାରଣ କଥା ଜାଣିବାକୁ ପାଇଲେ। ଏଥିରେ ଭୟଭୀତ ହୋଇ ଚଣ୍ଡିଗଡ଼ରୁ ନିଜ ଗାଁକୁ ପଳାଇଆସିଲେ। ଯେତେବେଳେ ତାଙ୍କ ଗର୍ଭବତୀ ପ୍ରେମିକା ତାଙ୍କୁ ଖୋଜି ଖୋଜି ଗାଁରେ ପହଞ୍ଚିଲେ, ହଇଚଇ ଖେଳିଗଲା। ଯେତେବେଳେ ପୂରା ଘଟଣା ସାମ୍ନାକୁ ଆସିଲା, ସେହି ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କୁ ମଧ୍ୟ ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ରାଜି ହେବାକୁ ପଡିଲା।

ସେହି ବ୍ୟକ୍ତିଙ୍କ ପ୍ରେମ ଏବେ ତାଙ୍କ ବେକର ଫାଶରେ ପରିଣତ ହୋଇଛି। ପ୍ରେମିକାକୁ ବିବାହ କରିବା ପରେ ବିଚାର ଚାଲିଥିଲା ଯେ ଦୁଇ ପତ୍ନୀଙ୍କ ସ୍ୱାମୀ ବର୍ତ୍ତମାନ କାହା ସହିତ ରହିବେ। ଶେଷରେ ନିଷ୍ପତ୍ତି ନିଆଯାଇଛି ଯେ ଯୁବକ ଜଣକ ସୋମବାର, ମଙ୍ଗଳବାର ଓ ବୁଧବାର ପ୍ରଥମ ପତ୍ନୀଙ୍କ ସହ ରହିବେ ଏବଂ ଗୁରୁବାର, ଶୁକ୍ରବାର ଓ ଶନିବାର ଦ୍ୱିତୀୟ ପତ୍ନୀଙ୍କ ସହ ସମୟ ବିତାଇବାକୁ ପଡିବ। ରବିବାର ଦିନ ସେ ତାଙ୍କ ପିତାମାତାଙ୍କ ସହିତ ରହିବେ।

ପ୍ରେମିକାକୁ ଗର୍ଭଧାରଣ କରି ଯୁବକ ଜଣକ ଗାଁକୁ ପଳାଇଆସିଲା ପରେ ଗର୍ଭବତୀ ମହିଳା ପୋଲିସର ସାହାଯ୍ୟରେ ନିଜ ସନ୍ତାନର ପିତାଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ। ହାଇଭୋଲଟେଜ୍ ଡ୍ରାମା ପରେ ବିବାହିତ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ବିବାହ କରିବାକୁ ପଡିଲା। ବର୍ତ୍ତମାନ ସେ ଦୁଇ ପତ୍ନୀଙ୍କ ସହ ରହୁଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀ ମଧ୍ୟ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି।

Ajab Gajab
Advertisment
Advertisment