Advertisment

ଏକା ସାଙ୍ଗରେ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ

ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗ୍ରାମରେ ଅଭାବନୀୟ ଘଟଣା। ସ୍ୱାମୀ ଓ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ବାହାରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡ଼ିଛି।

author-image
Sarbeswar
ଏକା ସାଙ୍ଗରେ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ

dead-murder-suicide.jpg.image.784.410

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗ୍ରାମରେ ଅଭାବନୀୟ ଘଟଣା। ସ୍ୱାମୀ ଓ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ବାହାରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡ଼ିଛି।

Advertisment

ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପାରିବାରିକ ଅଶାନ୍ତି ଯୋଗୁ ଏହା ଘଟିଥିବା ଆଲୋଚନା ହେଉଛି। ସୂଚନା ମୁତାବକ, ରାତିରେ ସ୍ୱାମୀ ସ୍ତ୍ରୀ ଖିଆପିଆ କରିବା ପରେ କୌଣସି ଏକ ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ତେବେ ସକାଳୁ ପରିବାର ପକ୍ଷରୁ ବାହାରକୁ ଆସି ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଦେଖିଥିବା ବେଳେ ବୋହୂର ମୃତ ଦେହ ଘର ଭିତରେ ଦେଖିବାକୁ ପାଇଥିଲେ। ଶାନ୍ତନୁ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ କୋଭିଡ଼ ଯୋଗୁ ବର୍ଷେରୁ ଅଧିକ ହେବ ଘରକୁ ଫେରି ଆସିଥିଲେ। ତେବେ କୋରେଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Advertisment
Jajpur Odisha
Advertisment
Advertisment