/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646027546.jpg)
cultivating mushrooms for a small amount of money
ଆଜିକାଲି ଦିନରେ ଗୋଟେ ଚାକିରି ମିଳିବା ବହୁତ କଷ୍ଟକର । ବହୁ ଛାତ୍ରଛାତ୍ରୀ ନିଜର ଶିକ୍ଷା ସାରିବା ପରେ ଚାକିରି ଅନେଶ୍ୱଣରେ ଲାଗି ପଡନ୍ତି । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ବହୁତ ପାଠପଢି ମଧ୍ୟ ଗୋଟେ ଭଲ ଚାକିରି ଗୋଟେ ପାଇବା ବହୁତ କଷ୍ଟ । ବିଶେଷ କରି ଏହି କରୋନା ସମୟରେ ବହୁତ ପିଲା ଚାକିରି ହେରେଇବା ସହିତ କିଛି ପିଲା ନିଜ ନିଜର ବ୍ୟବସାୟ ମଧ୍ୟ ହରାଇ ବସିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ କିଛି ଲୋକ ଅଛନ୍ତି ଯିଏକି ନିଜେ ଚାଷ କରି ସଫଳ ହୋଇଛନ୍ତି । ଆଜି ଆମେ ଜାଣିବା ଅଳ୍ପ ଟଙ୍କାରେ ଛତୁ ଚାଷ କରି କିପରି ଲାଭବାନ ହେବେ । ତେବେ ଚାଲନ୍ତୁ ଜାଣିବା ...
ଯଦି ଆପଣ ଆଧୁନିକ ପ୍ରଣାଳିରେ ଛତୁ ଚାଷ କରୁଛନ୍ତି ତେବେ ଆପଣଙ୍କୁ ସବୁ ଦିଗକୁ ଧ୍ୟାନଦେବାକୁ ପଡିବ । ଯେମିତିକି ଆପଣଙ୍କ ନଡା କେମିତି ଖର୍ଚ କମ୍ ହେବ ମଞ୍ଜି କେମିତି ଖର୍ଚ କମ୍ ହେବ ଏବଂ ଆପଣ ପ୍ରଡକ୍ସନ୍ କେମିତି ଅଧିକ ପାଇବେ ସେହିଭଳି କିଛି ଭଲଭାବେ ଧ୍ୟାନଦେଲେ ଆପଣ ଭଲ ପ୍ରଡକ୍ସନ ମଧ୍ୟ ଭଲ ପାଇପରିବେ । କୌଣସି ପ୍ରକାର କେମିକାଲ ବ୍ୟବହାର ନକରି ଆପଣ ଆପଣ ସେହି ଛତୁ ଖାଇ ଓ ଅନ୍ୟକୁ ଖୁଆଇ ସମସ୍ତେ ସୁସ୍ଥ ରହିପାରିବେ ।
ଛତୁ ଚାଷ କରିବା ପାଇଁ କଣ କଣ ଆବଶ୍ୟକ:
- ଛତୁ ଚାଷ କରିବାପାଇଁ କିଛି ନଡା,ଗୋଟେ ପାଣି କୁଣ୍ଡ,କିଛି ବାଉଁଶ,ପାଣି ସ୍ପ୍ରେ କରିବାପାଇଁ ଏକ ବୋତଲ,କିଛି ଜରି ଦରକାର ।
- ଯେତେବେଳେ ଆମେ ଛତୁଚାଷ ଆରମ୍ଭ କରିବା ପ୍ରଥମେ ଆମେ ଏହାର ମଞ୍ଜି ଉପରେ ଧ୍ୟାନଦେବା ।
- କିଛି ଚୋକଡ ଗୁଣ୍ଡ ଦର୍କାର, ଯଦି ଆପଣ ବର୍ଷାଦିନେ ଛତୁ ଚାଷ କରୁଛନ୍ତି ତେବେ ସେହି ଚୋକଡ ଗୁଣ୍ଡରେ କିଛି ପରିମାଣରେ ବେଶନ ମିଶାଇବାକୁ ପଡିବ, ଯେମିତିକି ୩କେଜି ଚୋକଡ ଗୁଣ୍ଡରେ ୫୦୦ଗ୍ରାମ ବେଶନ ମିଶାଇବା ।
Masroom Cultivationଛତୁ ଚାଷରେ ନଡାର ବ୍ୟବହାର:
- ଛତୁ ଚାଷପାଇଁ ଭଲ ନଡାର ଆବଶ୍ୟକ ହୋଇଥାଏ ।
- ଗୋଟେ ହାତ ଲମ୍ବର ନଡା କାଟି ଦିଅନ୍ତୁ ,ଯଦି ଆପଣ ବର୍ଷାଦିନେ ଛତୁ ଚାଷ କରୁଛନ୍ତି ତେବେ ନଡା ଆପଣଙ୍କର ଅତିକମ୍ ଚଉଡ଼ା ଏବଂ ଉଚ୍ଚତା ୨ ଫୁଟ୍ ରହିବା ଦରକାର ।
- ନଡାକୁ ପ୍ରଥମେ ପାଣିରେ ୨ଘଣ୍ଟା ପକେଇଦିଅନ୍ତୁ,ସେଥିରେ କିଛି ଚୁନ ପକାନ୍ତୁ କିଛି ସମୟ ପରେ ତାକୁ ଟିକେ ଚିପୁଡିଦିଅନ୍ତୁ,ସେହି ନଡାକୁ ବାହାରେ ଗୋଟେ ଜରି ସାହାଯ୍ୟରେ କିଛି ସମୟ ଘୋଡେଇ ରଖିଦିଅନ୍ତୁ ଯେପରିକି ନଡାରୁ ପାଣି ଭଲଭାବେ ବାହାରିଯିବା ଦରକାର ।
- ବାଉଁଶ ସାହାଯ୍ୟରେ କମ୍ ଖର୍ଚ୍ଚରେ ଏକ ଭାଡି ତିଆରିକରନ୍ତୁ ଏବଂ ଏହାରି ଉପରେ ସେହି ନଡାକୁ ନେଇ ଗୋଟେ ଭଲ ବେଡ୍ ତିଆରିକରନ୍ତୁ,କିନ୍ତୁ ମନେରଖନ୍ତୁ ନଡାକୁ ବେଡ୍ କରି ରଖିବାପରେ ତାକୁ ଏକ ଜରି ସାହାଯ୍ୟରେ ଭଲଭାବେ ଘୋଡାଇଦିଅନ୍ତୁ କାହିଙ୍କିନା ସେହି ନଡା ଭିତରେ ମାଛି ମଶା ପଶି ଅଣ୍ଡା ଦେଇଥାନ୍ତି ଯାହାଦ୍ୱାରା ଆପଣଙ୍କର ଅମଳ କମିଯାଇଥାଏ ।
- ପ୍ରଥମେ ମଞ୍ଜିକୁ ସେହି ନଡା ଉପରେ ରଖନ୍ତୁ ଏବଂ ଏହାରି ଉପରେ ପୁଣି ନଡା ଘୋଡେଇ ଦିଅନ୍ତୁ । ଯେମିତିକି ମଞ୍ଜି ବାହାରକୁ ଦେଖାଯାଉନଥିବ । ଛତୁରେ କଢ ଆସିବାପରେ ଜରିଟିକୁ ଖୋଲିଦେବେ ।
- ଆପଣଙ୍କର ପାଖାପାଖି ୧୪ ରୁ ୧୫ ଦିନ ଭିତରେ ଛତୁ ବାହାରିଯିବ ।
ସେହିଭଳି ଅଧିକରୁ ଅଧିକ ବେଡ୍ ପକାଇ ଆପଣ ଛତୁ ଚାଷକରି ଭଲ ଲାଭବାନ ହୋଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)