/odishatv-khabar/media/post_attachments/uploadimage/library/16_9/16_9_0/Skeleton_1644055890.jpg)
Skeleton
ଭଦ୍ରକ ଧାମନଗର ଦେହୁଡି ଆନନ୍ଦପୁର ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ନରକଙ୍କାଳ ଉଦ୍ଧାର ଘଟଣାରେ ଫୋରେନ୍ସିକ୍ ଟିମ ତନାଘନା ଆରମ୍ଭ କରିଛି। ପୋଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ ଆସିବା ପରେ ମୃତଦେହଟି କାହାର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଗାଁର ପଦ୍ମନାଭ ନାୟକଙ୍କ ବାଡ଼ି ପଟୁ କଙ୍କାଳ ଉଦ୍ଧାର ହୋଇଥିଲା। ତେବେ ଏହି କଙ୍କାଳଟି ତାଙ୍କ ୧୯ ବର୍ଷୀୟ ପୁଅର ହୋଇଥିବା ସନ୍ଦେହ କରାଯାଉଛି।
Advertisment
କଙ୍କାଳ ନିକଟରେ ପୁଅର ଯୋତା ଏବଂ ଅନ୍ୟାନ୍ୟ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତ ଡିସେମ୍ବର ମାସରୁ ପୁଅ ଖଗେଶ୍ୱର ନିଖୋଜ ହୋଇଯାଇଥିଲା। ଫ୍ରି ଫାୟାର ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଡ଼ାଇବା ପରେ ପରିବାର ଲୋକେ ଗାଳି କରିବା ଭୟରେ ସେ ଘରୁ କୁଆଡେ ଚାଲି ଯାଇଥିଲା। ଏନେଇ ପରିବାର ଲୋକେ ଧାମନଗର ଥାନାରେ ଏତଲା ଦେଇଥିଲେ। ବହୁ ଖୋଜାଖୋଜି ପରେ ବି ପୁଅର ପତ୍ତା ମିଳିନଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)