Advertisment

ଭିତ୍ତିଭୂମି ନଥାଇ ଡେଡ୍‌ଲାଇନ କିଭଳି ଦେଲ- ହାଇକୋର୍ଟ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ  ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
HSRP deadline

high security number plate

Advertisment

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ  ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାକୁ ନେଇ ଚିନ୍ତାରେ ପଡିଥିଲେ ଗାଡ଼ି ମାଲିକ ଓ ଚାଳକ । କାରଣ ଏହା ସମୟ ସାପେକ୍ଷ ହୋଇଥିବା ବେଳେ ଗାଡି ମାଲିକଙ୍କ ହାତରେ ଖୁବ କମ୍‌ ସମୟ ଥିଲା।  ଦୁଇଦିନ ତଳେ  ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ଆବେଦନ କରିଥିବା ଲୋକେ ରସିଦ୍ ଦେଖାଇ ଜରିମାନାରୁ ବର୍ତ୍ତି ପାରିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏହାସତ୍ତ୍ୱେ ବି ସମସ୍ୟା କମି ନ ଥିଲା । କାରଣ ବୁକିଂ ପାଇଁ ଲୋକଙ୍କ ହାତରେ ସମୟ ନଥିଲା । ଅନେକ ସମୟରେ ଦୁର୍ବଳ ନେଟ୍‌ୱର୍କ ତଥା ୱେବ୍‌ସାଇଟ୍ ସର୍ଭର ଡାଉନ୍ ଯୋଗୁଁ  ଅନ୍‌ଲାଇନ୍ ଆବେଦନ ହୋଇପାରୁ ନ ଥିଲା।  ତେଣୁ ଏପରି ନିଷ୍ପତିକୁ ନେଇ ଅସନ୍ତୋଷ ବଢୁଥିଲା। ତେଣୁ ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରି ଭିତ୍ତିଭୂମି ନଥାଇ ଡେଡଲାଇନ କିଭଳି ଦିଆଗଲା ବୋଲି ପଚାରିଛନ୍ତି।  

ଏଠି କହିରଖିବୁ, ନମ୍ବର ପ୍ଲେଟ ମାମଲା ନେଇ ୨ ବସ୍ ମାଲିକ ହାଇକୋର୍ଟ ଯାଇଥିଲେ। ସରକାର ଭିତ୍ତିଭୂମି ନକରି ଡେଡଲାଇନ୍ ଦେଇଥିବା ନେଇ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କରି ପରିବହନ ବିଭାଗକୁ ଜବାବ ମାଗିଛନ୍ତି କୋର୍ଟ।

Advertisment
Orissa High Court State Transport Department High Security Number Plate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ