• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଢିଙ୍କିଆରେ ଜନଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଗତସିଂହପୁର ଢିଙ୍କିଆ ମାମଲା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟି ଘଟଣା ସ୍ଥଳ ଗସ୍ତ ପରେ ପୃଥକ ପୃଥକ ରିପୋର୍ଟ ଦାଖଲ କରିଛନ୍ତି । ତେବେ ପୁନର୍ବାର ଢିଙ୍କିଆ ଅଞ୍ଚଳ ଗସ୍ତ କରିବାକୁ କମିଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ଢିଙ୍କିଆ ଗସ୍ତ କରିବ କମିଟି ।

ଢିଙ୍କିଆ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣି ପାଇଁ ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ,ଏସ୍ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଜନଶୁଣାଣି ବେଳେ ଜିଲ୍ଲାପାଳ,ଏସ୍ପିଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ପଡିବ । ଗସ୍ତର ୩ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଗତ ୧୯ ତାରିଖରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୫ଜଣିଆ ହାଇଲେବଲ୍ ଟିମ୍ ଢିଙ୍କିଆ ଯାଇଥିଲେ । ସେଠାରେ ବାହାରୁ ସିନା ଶାନ୍ତ, ହେଲେ ଭିତରେ କେତେ ଅଶାନ୍ତର ବାତାବରଣ ରହିଛି ଦେଖିବାକୁ ମିଳିଥିଲା । JSW ଶିଳ୍ପ ପାଇଁ ପୋଲିସ୍ ଓ ପ୍ରଶାସନ ଉଭୟ ଗାଁ ଲୋକଙ୍କ ଉପରେ ଚଳାଇଥିବା ଜୁଲମ୍ ଓ ବିପନ୍ନ ଜୀବିକାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପରେ, ସତ୍ୟାସତ୍ୟ ଜାଣିବାକୁ ଗାଁକୁ ଯାଇଥିଲେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୫ଜଣିଆ ହାଇଲେବଲ୍ ଟିମ୍ । ହେଲେ ତାଙ୍କ ଉପସ୍ଥିତିରେ ବି ସପକ୍ଷବାଦୀ-ବିପକ୍ଷବାଦୀ ମାରପିଟ୍ ହେବା ସହ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା । ସେଠାରେ ସ୍ପେଶାଲ ଟିମ୍ କହିଥିଲେ ଯେ, ଯାହା ଦେଖିଲୁ କୋର୍ଟଙ୍କୁ ଜଣାଇବୁ ।

JSW ଶିଳ୍ପ ବିରୋଧରେ ଭିତରେ ଭିତରେ କେତେ କୁହୁଳୁଛି ଅଶାନ୍ତିର ନିଆଁ। ତାହା ଢିଙ୍କିଆରେ ପୂର୍ବରୁ ଦେଖିବାକୁ ମିଳିଥିଲା । ତାର ତାଜା ପ୍ରତିଫଳନ ଗାଁ ମଝିରେ ଧସ୍ତାଧସ୍ତି, ନିର୍ଘାତ ମାଡ଼, ଗାଳିଗୁଲଜ ଚିତ୍ର ଦେଖିଥିଲେ ୫ଜଣିଆ ହାଇଲେବଲ୍ ଟିମ୍ । ଖୋଦ୍ ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ହାଇକୋର୍ଟଙ୍କ ୫ ଜଣିଆ କମିଟିଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲେ ବି ସମସ୍ତେ ଥିଲେ ନୀରବ ଦ୍ରଷ୍ଟା। ପ୍ରକଳ୍ପ ବିରୋଧୀ ପ୍ରଦୀପ୍ତ ଶତପଥୀଙ୍କୁ ନିସ୍ତୁକ ମାଡ଼ମାରି ଅଚେତ କରି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।