• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଦ୍ରକରେ ଦୁଇ ପୋଲିସ କର୍ମଚାରୀଙ୍କ ପରିବାର ଭିତରେ କଳିକୁ ନେଇ ଜଣେ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି ।

କଳି ସମାଧାନ ନାଁରେ ଭଦ୍ରକ ଟାଉନ ଥାନାରେ ନିର୍ଯାତନା ଦିଆଯିବାରୁ ହାବିଲଦାର ବୈକୁଣ୍ଠ ଦାସ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଭଦ୍ରକରେ ପୋଲିସ କ୍ୱାର୍ଟରରେ ରହୁଥିବା ବୈକୁଣ୍ଠ ଓ ତାଙ୍କ ପଡ଼ୋଶୀଙ୍କ ପରିବାର ମଧ୍ୟରେ କଳି ଝଗଡ଼ାକୁ ନେଇ ଭଦ୍ରକ ଟାଉନ ଥାନାରେ ପୃଥକ ପୃଥକ ଏତଲା ଦିଯାଇଥିଲା । ହେଲେ ବୈକୁଣ୍ଠ ଓ ତାଙ୍କ ପୁଅକୁ ଥାନାରେ ନିର୍ଯାତନା ଦିଆଯିବାରୁ, ସେଥିରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।

ହାବିଲଦାର ବୈକୁଣ୍ଠଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।