Havildar Allegedly Attempts Suicide Over Fight Between Families Of Two Cops
ଭଦ୍ରକରେ ଦୁଇ ପୋଲିସ କର୍ମଚାରୀଙ୍କ ପରିବାର ଭିତରେ କଳିକୁ ନେଇ ଜଣେ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି ।
Advertisment
କଳି ସମାଧାନ ନାଁରେ ଭଦ୍ରକ ଟାଉନ ଥାନାରେ ନିର୍ଯାତନା ଦିଆଯିବାରୁ ହାବିଲଦାର ବୈକୁଣ୍ଠ ଦାସ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଭଦ୍ରକରେ ପୋଲିସ କ୍ୱାର୍ଟରରେ ରହୁଥିବା ବୈକୁଣ୍ଠ ଓ ତାଙ୍କ ପଡ଼ୋଶୀଙ୍କ ପରିବାର ମଧ୍ୟରେ କଳି ଝଗଡ଼ାକୁ ନେଇ ଭଦ୍ରକ ଟାଉନ ଥାନାରେ ପୃଥକ ପୃଥକ ଏତଲା ଦିଯାଇଥିଲା । ହେଲେ ବୈକୁଣ୍ଠ ଓ ତାଙ୍କ ପୁଅକୁ ଥାନାରେ ନିର୍ଯାତନା ଦିଆଯିବାରୁ, ସେଥିରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।
Advertisment
ହାବିଲଦାର ବୈକୁଣ୍ଠଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)