/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639400666.jpg)
Harnaaz Ssandhu-2021 share lovely instagram story for brother and mother
ଭାରତୀୟ ଅଭିନେତ୍ରୀ ତଥା ମଡେଲ୍ ହର୍ନାଜ୍ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ରେ ଭାରତର ନାମକୁ ଆଲୋକିତ କରିଛନ୍ତି। ୨୧ ବର୍ଷ ବୟସ୍କା ହର୍ନାଜ୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସମଗ୍ର ଦେଶ ଆଜି ଗର୍ବିତ। ତାଙ୍କର ଏହି ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଯେ ଦୀର୍ଘ ୨୧ ବର୍ଷ ପରେ ଦେଶର ଝିଅ ୭୦ ତମ ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାର ବିଜେତା ହୋଇଛି।
ସଫଳତାର ଏହି ଖୁସିରେ ନିକଟରେ ହରନାଜ ମଧ୍ୟ ତାଙ୍କ ଭାଇ ଓ ମା’ଙ୍କ ଉଦ୍ଦେଶ୍ୟରେ ଇନ୍ଷ୍ଟାଗ୍ରାମ୍ରେ ଏକ ଷ୍ଟୋରୀ ପୋଷ୍ଟ୍ କରିଥିଲେ। ଏହି ପୋଷ୍ଟରେ ହରନାଜଙ୍କ ସହ ତାଙ୍କ ଭାଇ, ମା ଏବଂ ମାଉସୀ ନଜର ଆସିଛନ୍ତି। ଏହି ପୋଷ୍ଟ୍ ଲେଖିବା ବେଳେ ସେ କ୍ୟାପ୍ସନ୍ରେ ଲେଖିଛନ୍ତି ଯେ 'ମୋର ଶକ୍ତି, ମୋର୍ ଲାଇଫ୍ ଲାଇନ୍'। ହର୍ନାଜ୍ଙ୍କ ଏହି ଇନଷ୍ଟା ଷ୍ଟୋରୀ ଦେଖି ଜଣାପଡିଛି ଯେ ସେ ତାଙ୍କ ପରିବାରରୁ ବହୁତ ସାହସ ପାଇଛନ୍ତି। ଯେଉଁଥିପାଇଁ ସେ ସଫଳତାର ଏକ ନୂଆ ଦିଗ ରଚନା କରି ପାରିଛନ୍ତି।
ହର୍ନାଜ୍ ଅନ୍ୟ ଏକ ପୋଷ୍ଟ୍ରେ ଲେଖିଛନ୍ତି ଯେ “ମୋ ମା’ ମୋର ସବୁଠୁ ବଡ଼ ପ୍ରେରଣା, ସେ ମୋର ସ୍ୱପ୍ନର ସୃଷ୍ଟିକର୍ତ୍ତା ଏବଂ ସେଗୁଡିକ ହାସଲ କରିବା ପାଇଁ ସିଡ଼ି ମଧ୍ୟ। ମୁଁ ତୁମକୁ ଆଗରୁ ମନେ ପକାଉଛି ମା, ତୁମେ ସେମିତି ହିଁ ମଜବୁତ୍ ରୁହନ୍ତୁ ଆଉ ମୋତେ ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେଇଚାଲନ୍ତୁ! @ ruby6100 ଯେପରି ସେ କୁହନ୍ତି, “ଜଣେ ମା’ର ପ୍ରେମ ସର୍ବବ୍ୟାପୀ, ଜଣେ ମା'ର କୌଣସି ସୀମା ନାହିଁ; ଏହା ସର୍ତ୍ତବିହୀନ; ଏହା ସତ୍ୟ; ଏବଂ ଏହା ସର୍ବଦା ରହିବ।”
୨୧ ବର୍ଷ ବୟସରେ, ହର୍ନାଜ୍ ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ମଡେଲମାନଙ୍କୁ ପରାସ୍ତ କରି ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛନ୍ତି। ଏହି ବିଜୟ ପରେ ସେ ମିସ୍ ୟୁନିଭର୍ସ ୨୦୨୦ ଆଣ୍ଡ୍ରିଆ ମେଜାଙ୍କ ଦ୍ୱାରା ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି। ଏହି ବିଜୟ ପରେ ମିସ୍ ୟୁନିଭର୍ସ ହୋଇଥିବା ହର୍ନାଜ୍ ଏତେ ଭାବପ୍ରବଣ ହୋଇଗଲେ ଯେ ତାଙ୍କ ଆଖିରୁ ଲୁହ ବୋହିଗଲା। ଏହା ଥିଲା ତାଙ୍କ ଆଖିରେ ଖୁସିର ଲୁହ। ଏହା ଦେଖି ଅନ୍ୟମାନଙ୍କ ଆଖି ମଧ୍ୟ ଛଳ ଛଳ ହୋଇଯାଇଥିଲା।
ହର୍ନାଜ୍ଙ୍କ ଏହି ବିଜୟରେ ସାରା ଦେଶ ଉତ୍ସବମୁଖର ହୋଇପଡିଛି। ସମଗ୍ର ଦେଶ ତାଙ୍କ ସଫଳତାକୁ ପାଳନ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)