• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୪୯ ବର୍ଷରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । ୧୯୭୩ ମସିହା ଆଜିର ଦିନରେ ମୁମ୍ୱାଇରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ୍‌ ।

ମାତ୍ର ୧୬ ବର୍ଷ ବୟସରେ ସଚିନ ତେନ୍ଦୁଲକର ପାକିସ୍ତାନ ବିପକ୍ଷରେ ଏକ୍‌ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ । ଏହି ମ୍ୟାଚ୍‌ରେ ତାଙ୍କର  ନାକ ଫାଟିଯାଇଥିଲା । ରକ୍ତ ଜୁଡୁବୁଡୁ ହୋଇଥିଲେ ବି ସେ ଧୈର୍ଯ୍ୟର ସହ ଖେଳିଥିଲେ ।  ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ପରେ ସେ ହୋଇଛନ୍ତି ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ସେବେଠାରୁ ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ୍‌ ମାଧ୍ୟମରେ ନିଜ ଦମ୍‌ଦାର ପ୍ରଦର୍ଶନ ଦେଖାଇ ତେନ୍ଦୁଲକର ନିଜ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି ।

ସଚିନ୍ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଜଣେ ସର୍ବଶ୍ରେଷ୍ଠ କ୍ରିକେଟର । ତାଙ୍କ ବଡଭାଇ ଅଜିତ୍‌ ତେନ୍ଦୁଲଙ୍କର କ୍ରିକେଟ ଖେଳପାଇଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ। ଟେଷ୍ଟ କ୍ରିକେଟ୍ ରେ ୨୪୦୦୦ ରୁ ଅଧିକ ରନ୍ କରିଥିବାର ସେ ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି। ସଚିନ୍ ଭାରତ ତରଫରୁ ୬ ଥର ବିଶ୍ୱକପ୍ କ୍ରିକେଟ୍ ଖେଳିଛନ୍ତି । ୨୦୧୧ରେ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ ।

ବିଶ୍ଵ କ୍ରିକେଟ୍ ରେ ସଚିନ୍‌ଙ୍କର ଅତୁଳନୀୟ ଅବଦାନ ପାଇଁ ୨୦୧୪ ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। କେବଳ ଏତିକିରେ ତାଙ୍କର ପୁରସ୍କାର  ସୀମିତ ରହିନି ସେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ଏହାସହ ୨୦୦୮ରେ ମଧ୍ୟ ତାଙ୍କୁ ପଦ୍ମ ବିଭୂଷଣରେ ଭୂଷିତ କରାଯାଇଛି।

ତେନ୍ଦୁଲକରଙ୍କ ବାପାଙ୍କ ନାମ ରମେଶ ତେନ୍ଦୁଲକର ଓ ମା'ଙ୍କ ନାମ ରଜନୀ ତେନ୍ଦୁଲକର । ତାଙ୍କ ପିତା ଜଣେ ପ୍ରସିଦ୍ଧ ମରାଠୀ ନାଟ୍ୟକାର ଥିଲେ । 

ସେହିପରି ୨୦୧୦ ମସିହା ଫେବୃଆରୀ ୨୪ ତାରିଖରେ ଗ୍ୱାଲିଅରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିବା ମ୍ୟାଚ୍‌ରେ ତେନ୍ଦୁଲକର ପ୍ରଥମ ଖେଳାଳି ଥିଲେ ଯିଏ ୧୪୭ ଟି ବଲରୁ ୨୦୦ ରନ୍ ହାସଲ କରିଥିଲେ । ୨୦୧୧ ମସିହାରେ ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ଫାଇନାଲରେ ମ୍ୟାଚ୍‌ରେ ଭଲ ରେକର୍ଡ ସହ ଶ୍ରୀଲଙ୍କାକୁ ପରାସ୍ତ କରିଥିଲେ ।

ସଚିନ୍‌ ତେନ୍ଦୁଲକର ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଗୁଡିକରେ ୩୪ ହଜାର ୩୫୭ ରନ୍‌ କରିଛନ୍ତି । ଏହିପରି ଭାବରେ ସଚିନ୍‌ ୧୦୦ ଥର ଶତକ ଓ ୧୬୪ ଥର ଅର୍ଦ୍ଧଶତକ କରି ରେକର୍ଡ କରିଛନ୍ତି । କେବଳ ବ୍ୟାଟିଂ ନୁହେଁ ବୋଲିଙ୍ଗ୍‌ ରେ ମଧ୍ୟ ସେ ୨୦୧ ୱିକେଟ୍ ନେଇ ଜୋର୍‌ଦାର ପ୍ରଦର୍ଶନ କରିଛନ୍ତି ।